Only for Entertainment

ଚୁଡି ଓ ମଙ୍ଗଳସୂତ୍ର ପିନ୍ଧି ଟିକଟକ୍ ଭିଡିଓ କରୁଥିଲା ଯୁବକ, ଅକସ୍ମାତ ବାର୍ଥରୁମରୁ ମିଳିଲା ମୃତଦେହ

google
37

ରାଜସ୍ଥାନର କୋଟାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଟିକଟକ ଭିଡିଓ ବନାଇବା ଚକ୍କରରେ ଜଣେ ୧୨ ବର୍ଷିୟ ଯୁବକ ଆତ୍ମହତ୍ୟ କରିଦେଇଛି । ପୋଲିସର କହିବା ଅନୁସାରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଏହି ଯୁବକ ଜଣଙ୍କ ଘଟଣା ସମୟରେ ହାତରେ ଚୁଡି ଏବଂ ଗଳାରେ ମଙ୍ଗଳ ସୂତ୍ର ପିନ୍ଧିଥିଲା । ପୋଲିସ ପ୍ରଥମିକ ତଦନ୍ତରୁ ଜଣା ପଡିଛି ଯେ, ଯୁବକ ଜଣଙ୍କ ବୋଧ ହୁଏ ଟିକଟକ ଭିଡିଓ ବନାଇବା ପାଇଁ ଚେଷ୍ଟା କରୁଥିଲା । ଏହି ଘଟଣା କୋଟାର ବିଜାନ ନଗରରେ ହୋଇଛି ।

ପୋଲିସ ଅନୁସାରେ, ଯୁବକ ସୋମବାର ରାତିରେ ଶୋଇବା ପାଇଁ ରୁମକୁ ଯାଇଥିଲା । କିନ୍ତୁ ଏହାର ପରଦିନ ଗାଧୁଆଘରୁ ଯୁବକର ମୃତ ଦେହ ମିଳିଥିଲା । ମୃତଦେହ ମିଳିବା ସମୟରେ ଯୁବକର ଗଳାରେ ଲୁହାର ଚେନ ଲାଗିଥିଲା । ପରିବାର ଲୋକେ ପିଲାଟିକୁ ବାର୍ଥରୁମରେ ଦେଖି ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ଏସଏଚଓ ସୁମିନ୍ଦ୍ର ସିଂ କହିଛନ୍ତି, ପ୍ରାରମ୍ଭିକ ଜାଂଚରୁ ଜଣାପଡିଛି ଯେ ପିଲାଟି ନିଜକୁ ଭୁଲରେ ମାରିଦେଇଛି । ସେ ବୋଧ ହୁଅ ଟିକଟକରେ ଭିଡିଓ ବନାଇବା ପାଇଁ ପ୍ରସ୍ତୁତି କରୁଥିଲା । ଏହା ସହିତ ପୋଲିସ କହିଛନ୍ତି ଯେ, ଶବ ବ୍ୟବଛେଦ ପରେ ଏହାର ବାସ୍ତବ କାରଣ ସାମ୍ନାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More