Only for Entertainment

ଟିଭିର ଏହି ପପୁଲାର କଳାକାର ଷ୍ଟେଜରେ ଅଚେତ ହେବା ଦେଖି ଭାରତୀ ହୋଇଗଲେ ଭୟଭୀତ ।

bollywood life
0 47

ଟିଭି ର ପ୍ରସିଦ୍ଧ ଅଭିନେତା ରାଜୀବ ଖଣ୍ଡେଲବାଲ ଅନେକ ସମୟ ପରେ ପରଦାକୁ ପୁଣି ହୋଷ୍ଟ ରୂପେ ଫେରିଛନ୍ତି । ରାଜୀବ ନୂଆ ଟକ ସୋ’ ଜଜଵାତ ରେ ହୋଷ୍ଟ କରୁଛନ୍ତି । ଏହି ସୋ କୁ ସେଲିବ୍ରିଟି ମାନେ ନିଜର ବ୍ୟକ୍ତିଗତ ବିଷୟ ରେ ସେୟାର କରନ୍ତି । ଏଥର ଏହି ସୋ କୁ ଭାରତୀ ଆସିଥିଲେ ।

ସୋ’ର ସୁଟିଂ ଚାଲୁଥିଲା ବେଳେ ଅଚାନକ କିଛି ଏଭଳି ଘଟିଲା ଯାହା ଦେଖି ଭାରତୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୁଟିଂ ଚାଲୁଥିବା ସମୟରେ ରାଜୀବ ବେହୋଶ ହୋଇଯାଇଥିଲେ । ଯେଉଁ କାରଣରୁ ଭାରତୀ ଡରି ଯାଇ କ୍ରୁ ମେମ୍ବରଙ୍କୁ ଡାକିଥିଲେ । କ୍ରୁ ମେମ୍ବର ଆସି ପରିସ୍ଥିତିକୁ ସମ୍ଭାଳି ଥିଲେ ।

ତୁରନ୍ତ ଡାକ୍ତର ଆସି ତାଙ୍କର ଚିକିତ୍ସା କରିବାରୁ ସେ ଏବେ ସୁସ୍ଥ ଅଛନ୍ତି । ରାଜୀବଙ୍କ ଅଚେତ ହେବା କାରଣ ଏବେ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଟିମ ମେମ୍ବର ଏବେ ତାଙ୍କର ସୋ’ ସମୟରେ ଯତ୍ନ ନେଉଛନ୍ତି ।

ରାଜୀଵ ଏହି ସୋ’କୁ ୬ବର୍ଷ ପରେ ଫେରିଛନ୍ତି । ଏହା ପୂର୍ବରୁ ରାଜୀଵ କଂଟ୍ରୋଭରସିଆଲ ସୋ’ “ସଚ କା ସାମ୍ନା”ରେ ହୋଷ୍ଟ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More