Only for Entertainment

ସୁଟିଂ ସେଟରେ ବେହୋସ ହେଲେ ଟିଭିର ଏହି ଜନପ୍ରିୟ ଅଭିନେତା ।

amarujala
0 62

ଟିଭିର ଜନପ୍ରିୟ ଅଭିନେତା ରାଜୀବ ଖଣ୍ଡେଲୱାଲ ଲମ୍ବା ସମୟ ପରେ ଶୋ’ର ହୋଷ୍ଟ ଭାବରେ ପରଦାକୁ ଫେରିଛନ୍ତି । ସେ ନୂଆ ଟକ ଶୋ ‘ଜଜବାତ’କୁ ହୋଷ୍ଟ କରୁଛନ୍ତି । ଏହି ଶୋ’କୁ ସେଲିବ୍ରେଟୀମାନେ ଆସି ନିଜର ସିକ୍ରେଟ ସେୟାର କରନ୍ତି । ଏହିଥର ଶୋ’ରେ କମେଡ଼ିୟାନ ଭାରତୀ ନଜର ଆସିଥିଲେ ।

 


ଶୋ’ର ସୁଟିଂ ଚାଲିଥିବା ସମୟରେ ହଠାତ ଏଭଳି କିଛି ହେଲା ଯେଉଁଥିରେ ଭାରତୀ ସଂପୂର୍ଣ୍ଣ ଆଶ୍ଚର୍ଯ୍ୟଚକିତ ହୋଇଗଲେ । ବାସ୍ତବରେ ସୁଟିଂ ସମୟରେ ରାଜୀବ ଖଣ୍ଡେଲୱାଲ ବେହୋସ ହୋଇଗଲେ । ଭାରତୀ ଡରିଗଲେ ଏବଂ କ୍ରୁ ଆସି ତାଙ୍କୁ ସମ୍ଭାଳିଲେ । ଚିକିତ୍ସା ପରେ ସେ ଠିକ ଅଛନ୍ତି । ତେବେ ରାଜୀବଙ୍କ ବେହୋସ ହେବାର କାରଣ ସାମ୍ନାକୁ ଆସିନାହିଁ,କିନ୍ତୁ ଟିମ ତାଙ୍କର ଯତ୍ନ ନେଉଛନ୍ତି ।

ରାଜୀବ ୬ ବର୍ଷ ପରେ ପରଦାକୁ ଫେରିଛନ୍ତି । ଏହା ପୂର୍ବରୁ ସେ କଂଟ୍ରୋବର୍ସିଆଲ ଶୋ ‘ସଚ କା ସାମ୍ନା’ର ହୋଷ୍ଟ କରୁଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More