Only for Entertainment

ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘୨.୦’ର ଟ୍ରିଜର ଲିକ୍, ସୋସିଆଲ ମିଡିଆରେ ହେଲା ଭାଇରାଲ

Bollyworm
0 57

ସୁପରଷ୍ଟାର ରଜନୀକାନ୍ତ, ଅକ୍ଷୟ କୁମାର ଏବଂ ଏମି ଜ୍ୟାକସନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘୨.୦’ର ଟ୍ରିଜର ଅନଲାଇନରେ ଲିକ୍ ହୋଇଯାଇଛି । ଏହି ଟ୍ରିଜର ରବିବାର ସକାଳୁ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଟ୍ରେଡ ଆନାଲିଷ୍ଟ ରମେଶ ବାଲା ଟୁଇଟ କରି ଟ୍ରିଜର ଲିକ୍ ହେବାର ସୂଚନା ଦେଇଥିଲେ ।


ଫିଲ୍ମର ଟ୍ରିଜରକୁ ୨୪ ଘଣ୍ଟାରେ ୧ କୋଟିରୁ ଅଧିକ ଲୋକ ଦେଖି ସାରିଲେଣି । ଫିଲ୍ମରେ ରଜନାକାନ୍ତ ପୁଣି ଥରେ ଡନ୍ ଭୂମିକାରେ ନଜର ଆସିବେ । ଏହା ପୂର୍ବରୁ ସେ ଫିଲ୍ମ ‘କବାଲି’ରେ ମଧ୍ୟ ଡନ ଭୂମିକାରେ ନଜର ଆସିଥିଲେ । ‘୨.୦’ରେ ରଜନୀକାନ୍ତଙ୍କ ସହିତ ରାଜନେତା ଭୂମିକାରେ ନାନା ପାଟେକର ମଧ୍ୟ ନଜର ଆସିବେ ।

ନାନା ପାଟେକରଙ୍କ ଡାଇଲଗରୁ ଟ୍ରିଜର ଦୃଶ୍ୟ ଆରମ୍ଭ ହେଉଛି । ଏହି ଫିଲ୍ମରେ ରଜନୀକାନ୍ତଙ୍କର ଅନେକ ଦମଦାର ଡାଇଲଗ ଦେଖିବାକୁ ମିଳିଛି । ଫିଲ୍ମର ଟ୍ରିଜର ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଥିବା ବେଳେ ଏଥିରୁ ଅନୁମାନ କରାଯାଇପରେ ଫିଲ୍ମଟି ବକ୍ସ ଅଫିସରେ ନିଶ୍ଚିତ ରୂପେ ହିଟ ହେବ । ଧନୁଷ ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ।

ତେବେ ଫିଲ୍ମର ନିର୍ମାତା ଏହି କ୍ଷତିକୁ ପୂରଣ କରିବା ପାଇଁ କ’ଣ ପଦକ୍ଷେପ ନେଉଛନ୍ତି ତାହା ବିଷୟରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More