Only for Entertainment

ଏହି ଅଭିନେତାଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ରଜନୀକାନ୍ତଙ୍କ ସାନ ଝିଅ !

80

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସାନ ଝିଅ ସୌନ୍ଦର୍ଯ୍ୟା କିଛି ଦିନ ହେବ ନିଜର ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଖବର ମୁତାବିକ ସୌନ୍ଦର୍ଯ୍ୟା୨୦୧୯ରେ ଜଣେ ବିଜନେସମ୍ୟାନ ଏବଂ ଅଭିନେତା ବିଶଗନ ବନ୍ନଗମୁଡିଙ୍କ ସହ ବିବାହ କରିବାକୁ ଯାଉଛନ୍ତି ।

ଖବର ମୁତାବକ ସୌନ୍ଦର୍ଯ୍ୟା ନିଜ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି । ସୌନ୍ଦର୍ଯ୍ୟା ୨୦୧୦ରେ ଅଶ୍ୱୀନ ରାମକୁମାରଙ୍କୁ ବିବାହ କରିଥିଲେ । ଦୁହିଁଙ୍କର ଗୋଟେ ପୁଅ ମଧ୍ୟ ଅଛି । ସୌନ୍ଦର୍ଯ୍ୟା ଏବଂ ଅଶ୍ୱିନୀଙ୍କ ମଧ୍ୟରେ ମତଭେଦ କାରଣରୁ ନିଜ ମଧ୍ୟରେ ଥିବା ୭ବର୍ଷ ପୂରୁଣା ସମ୍ପର୍କକୁ ଶେଷ କରିବା ଲାଗି ଚାହୁଁଛନ୍ତି ଦୁହେଁ ।

ସୌନ୍ଦର୍ଯ୍ୟା ଟ୍ୱିଟ କରି ଏହା ଜଣାଇଦେଇଥିଲେ । ୪ଜୁଲାଇ ୨୦୧୭ରେ ଚେନ୍ନାଇର ଏକ ଫ୍ୟାମିଲି କୋର୍ଟରେ ଏହି ଯୋଡିଙ୍କୁ ଅଲଗା ହେବା ଲାଗି ଅନୁମତି ମିଳିଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ବିଶଗନ ଜଣେ ବଡ ବ୍ୟବସାୟୀ ଅଟନ୍ତି । ତାଙ୍କର ଭାଇ ରାଜନୀତିକ ଦଳ ଦ୍ରାବିଡ ମୁନେତ୍ର କଝାଗମର ସଦସ୍ୟ ଅଟନ୍ତି ।ବିଶଗନ ବନ୍ନଗମୁଡି କମ୍ପାନୀର ମାଲିକ ହେବା ସହ ଫିଲ୍ମ ବଂଜଗଲ ଉଲଗମର ଅଭିନେତା ରୂପେ କାର୍ଯ୍ୟ କରିସାରିଲେଣି । ସେହିଭଳି ବିଶଗନ ବନ୍ନଗମୁଡି ମଧ୍ୟ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More