Only for Entertainment

‘ଦରବାର’ ସେଟରୁ ଫଟୋ ଭାଇରାଲ, ୬୮ବର୍ଷ ବୟସରେ ଖୁବ ୟଙ୍ଗ ଦିଶଛନ୍ତି ରଜନୀକାନ୍ତ !

38

ସାଉଥ ସୁପରଷ୍ଟାର ରଜନୀକାନ୍ତ କିଛିଦିନ ହେବ ନିଜ ଅପକମିଂ ଫିଲ୍ମ ‘ଦରବାର’ ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ସେଟରୁ କିଛି ଫଟୋ ସାମ୍ନାକୁ ଆସିଥିଲା । ଏହି ଫଟୋରେ ସେ ଖୁବ ସାଧାରଣ ପୋଷାକରେ ନଜର ଆସିଥିଲେ । ମିଡିଆ ଉପରେ ନଜର ପଡିବାରୁ ରଜନୀକାନ୍ତ ଫଟୋଗ୍ରାଫର୍ସଙ୍କୁ ପୋଜ ମଧ୍ୟ ଦେଇଥିଲେ ।

ଏହି ଫଟୋରେ ତାଙ୍କ ସହ ନୟନତାରା ମଧ୍ୟ ନଜର ଆସିଛନ୍ତି । ସେ ଫିଲ୍ମ ସୁଟିଂ ପାଇଁ ମୁମ୍ବାଇ ଆସିଛନ୍ତି । ଫିଲ୍ମରେ ତାଙ୍କ ଭୂମିକାର ନାଁ ରହିଛି ଦରବାର । ଏହି ଫଟୋରେ ୬୮ବର୍ଷର ରଜନୀକାନ୍ତ ଖୁବ ୟଙ୍ଗ ନଜର ଆସିଛନ୍ତି ଏବଂ ନୟନତାରା ଶାଢୀରେ ଖୁବ ସୁନ୍ଦର ନଜର ଆସିଛନ୍ତି ।

ଖବର ମୁତାବକ ୨୫ବର୍ଷ ପରେ ପୁଣିଥରେ ରଜନୀକାନ୍ତ ପୁଲିସ ଭୂମିକାରେ ନଜର ଆସିପେ । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଏ ଆର ମୁରଗଦାସ ।

ଏଠାରେ ଆମେ କହି ରଖୁଛୁ ଯେ ନିର୍ମାଣ ଲାଇକା ପ୍ରଡକ୍ସନ ତଳେ କରାଯାଉଛି । ଶୁଣିବାକୁ ମିଳିଛି ଯେ ‘ଦରବାର’ ଫିଲ୍ମକୁ ୨୦୨୦ରେ ପୋଙ୍ଗଲ ମଉକାରେ ରିଲିଜ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି । ରଜନୀକାନ୍ତ କାବୁଲୀ, କାଲା ଏବଂ ୨.୦ଫିଲ୍ମରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More