Only for Entertainment

ରଜନୀକାନ୍ତଙ୍କ ସହ ମୁହାଁମୁହିଁ ହେବେ ବଲିଉଡ୍ ମିଷ୍ଟର୍ ପର୍ଫେକସନିଷ୍ଟ ଆମିର୍ ।

youtube
0 54

ରଜନୀକାନ୍ତଙ୍କ ସହ ମୁହାଁମୁହିଁ ହୋଇ ପାରନ୍ତି ବଲିଉଡ୍ ମିଷ୍ଟର୍ ପର୍ଫେକସନିଷ୍ଟ ଆମିର୍ ଖାନ୍ । ଆଉ ଏହି ମୁହାଁମୁହିଁ ରିୟଲ୍ ଲାଇଫ୍ ନୁହେଁ ବରଂ ବକ୍ସ ଅଫିସରେ ହେବାର ଆଶଙ୍କା ରହିଛି । ଯାହା ପାଇଁ ଚିନ୍ତାରେ ବଲିଉଡ୍ ଦଙ୍ଗଲ୍ । ଏହାକୁ ନେଇ ଆମିର୍ ଖାନଙ୍କୁ ଏବେ ଭୟ ଲାଗୁଛ । ତାଙ୍କର ଏବର୍ଷର ବହୁ ପ୍ରତିକ୍ଷୀତ ସିନେମା ଠଗ୍ସ ଅଫ୍ ହିନ୍ଦୁସ୍ତାନ ପାଇଁ ଆମିର୍ ଖାନ୍ ପୁରା ଦମରେ ଲାଗିଛନ୍ତି । ଆଉ ଏବେ ତାଙ୍କୁ ଡର ହେଲାଣି ରଜନୀକାନ୍ତଙ୍କ ସିନେମା ଟୁ ପଏଂଟ୍ ଜିରୋର ରିଲିଜ୍ ଘୁଂଚି ଘୁଂଚି ତାଙ୍କ ସିନେମା ଠଗ୍ସ ଅଫ୍ ହିନ୍ଦୁସ୍ତାନର ରିଲିଜବେଳେ ନ ହେଇଯାଉ । ସେମିତି ହେଲେ ଆମିରଙ୍କ ସବୁ ମେହନତ ପାଣିରେ ମିଶିଯିବ । ବକ୍ସ ଅଫିସରେ ଟୁ ପଏଂଟ୍ ଜିରୋ ଓ ଠଗ୍ସ ଅଫ୍ ହିନ୍ଦୁସ୍ତାନକୁ ନେଇ ବଡ ଫାଇଟ୍ ହେବାର ଡର ଏବେ ଆମିରଙ୍କୁ ଚିନ୍ତାରେ ପକାଇଛି । ନିକଟରେ ଏକ ଲାଇଭ୍ ଭିଡିଓ ସମୟରେ ଆମିର ନିଜର ଏହି ଡର ବିଷୟରେ କହିଛନ୍ତି ।

ଆମିର୍ ଖାନ୍ ବେଶ କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ଅଛନ୍ତି । ସିନେମାରେ ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ, ଫାତିମା ସାନା ସେଖ୍ ଆଦି କଳାକାରଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ପୁରା ଟିମ୍ ଏହି ସିନେମା ପାଇଁ କଡ୍ଡା ମେହନତ କରିଛନ୍ତି । ସିନେମାକୁ ଦିୱାଲି ଅବସରରେ ରିଲିଜ କରିବାକୁ ସ୍ଥିର କରିଛନ୍ତି ପ୍ରଯୋଜନା ସଂସ୍ଥା । ଅନ୍ୟପଟେ ଟୁ ପଏଂଟ୍ ଓ ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ସିନେମା ।

ଫିଲ୍ମରେ ସୁପରଷ୍ଟାର୍ ରଜନୀକାନ୍ତ, ଅକ୍ଷୟ କୁମାର୍ ଓ ଅଭିନେତ୍ରୀ ଏମି ଜ୍ୟାକସନ୍ଙ୍କୁ ଦେଖିବାକୁ ମିଳିବ । ଭାରତୀୟ ସିନେମା ଇତିହାସର ସବୁଠାରୁ ମହଙ୍ଗା ସିନେମା ହେଉଛି ଟୁ ପଏଂଟ୍ ଜିରୋ । ଫିଲ୍ମରେ ପାଖାପାଖି ୪୫୦ କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ସିନେମାର ରିଲିଜ୍ ପ୍ରଥମେ ଏପ୍ରିଲ୍ ମାସରେ ହେବାର ଥିଲା । ମାତ୍ର ପରେ ଏହାର ରିଲିଜ୍ ଘୁଂଚା ହୋଇ ଅଗଷ୍ଟ ମାସକୁ ରଖାଗଲା । ଆଉ ଏବେ ଶୁଣିବାକୁ ମିଳିଛି ଦିପାବଳୀ ଅବସରରେ ରିଲିଜ୍ ହେବ ଟୁ ପଏଂଟ୍ ଜିରୋ । ଯଦି ଏକାଠି ଏହି ଦୁଇଟି ହାଇ ବଜେଟ ସିନେମା ରିଲିଜ୍ ହୁଏ, ବକ୍ସ ଅଫିସରେ ଦେଖିବାକୁ ମିଳିବ ଜବରଦସ୍ତ ଟକ୍କର । ଆଉ ଏହାର ପ୍ରଭାବ ପଡିବ ସିନେମାର ବ୍ୟବସାୟ ଉପରେ । ଯାହାର ଚିନ୍ତା ଏବେ ଆମିରଙ୍କୁ ଘାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More