Only for Entertainment

‘ମେଡ ଇନ ଚାଇନା’ର ସୁଟିଂ ଶେଷ କଲେ ରାଜକୁମାର ରାଓ ।

Koimoi
22

ଫିଲ୍ମ ମେଡ ଇନ ଚାଇନାର ସୁଟିଂ କରୁଥିବା ଟ୍ୟାଲେଂଟେଡ ଆକ୍ଟର ରାଜକୁମାର ରାଓ ବୁଧବାରକୁ ଫିଲ୍ମର ସିଡ୍ୟୁଲ ରାପ ଘୋଷଣା କରିଛନ୍ତି । ଯାହାର ସୂଚନା ସେ ତାଙ୍କ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି । ସୁଟିଂ ସମୟ ଖୁବ ମଜାଦାର ଥିବା କଥା ସେ କ୍ୟାପ୍ସନରେ ଲେଖିଛନ୍ତି । କେବଳ ସେତିକି ନୁହେଁ ଫିଲ୍ମ ବଡ଼ ପରଦାରେ ରିଲିଜ ହେବା ପର୍ଯ୍ୟନ୍ତ ସେ ଆଉ ଅପେକ୍ଷା କରିପାରିବେ ନାହିଁ ବୋଲି ମଧ୍ୟ ଲେଖିଛନ୍ତି । ତେବେ ସେ ତାଙ୍କ ଟ୍ୱିଟ ସହିତ ଫିଲ୍ମ ସଦସ୍ୟଙ୍କ ଏକ ଗ୍ରୁପ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ଫିଲ୍ମ ମେଡ ଇନା ଚାଇନାର ନିର୍ଦ୍ଦେଶନା ଦେଇଛନ୍ତି ମୀଖିଲ ମୁସେଲ ।ଏହା ପୂର୍ବରୁ ମିଖିଲ ନେସନାଲ ଆୱାର୍ଡ଼ ପାଇଥିବା ଗୁଜୁରାଟୀ ଫିଲ୍ମ ‘ରଙ୍ଗ ସାଇଡ ରାଜୁ’ର ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମର ପ୍ରଯୋଜକ ହେଉଛନ୍ତି ଦିନେଶ ଭିଜନ । ଫିଲ୍ମରେ ମୌନି ରୟ ଏବଂ ବମନ ଇରାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ । ମୌନିଙ୍କୁ ଦର୍ଶକ ପରଦାରେ ରାଜକୁମାରଙ୍କ ପତ୍ନୀ ଭାବରେ ଦେଖିବାର ସୁଯୋଗ ପାଇବେ ।ଫିଲ୍ମରେ ଜଣେ ବିଜନେସମ୍ୟାନର ଷ୍ଟ୍ରଗଲିଙ୍ଗ ଲାଇଫ ବିଷୟରେ ଦର୍ଶାଯାଇଛି ।ଯାହା ୧୫ ଅଗଷ୍ଟ ୨୦୧୯କୁ ରିଲିଜ ହେବ ।

ୱର୍କ ଫ୍ରଂଟ କଥା ଆଲୋଚନା କରିବା ତ ରାଜକୁମାର ଫିଲ୍ମ ମେଡ ଇନ ଚାଇନା ବ୍ୟତୀତ ଏକ ଲଡକି କୋ ଦେଖା ତୋ ଐସା ଲଗା ଓ ମେଂଟଲ ହେ କ୍ୟାରେ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More