Only for Entertainment

ନିଜ ଉପରେ ଯୌନ ଶୋଷଣ ଆରୋପକୁ ନେଇ ମନ୍ତବ୍ୟ ଦେଲେ ରାଜକୁମାର ହିରାନୀ ।

youtube
24

ଫିଲ୍ମ ନିର୍ମାତା ରାଜକୁମାର ହିରାନୀଙ୍କ ଉପରେ ଜଣେ ମହିଳା ଯୌନ ଶୋଷଣର ଆରୋପ ଲଗାଇଛନ୍ତି । ମହିଳା ଜଣକ ସଂଜୁ ଫିଲ୍ମ ସୁଟିଂ ସମୟରେ ହିରାନୀଙ୍କ ସହିତ କାମ କରୁଥିଲେ । କିନ୍ତୁ ଏହି କଥାକୁ ଖଣ୍ଡନ କରିଛନ୍ତି ରାଜକୁମାର ହିରାନୀ । ନିର୍ମାତାଙ୍କ କହିବା ଅନୁସାରେ ତାଙ୍କ ବିରୁଦ୍ଧରେ ଆସିଥିବା ଏହି ଆରୋପରେ ସେ ସ୍ତବ୍ଧ ହୋଇ ଯାଇଛନ୍ତି । ହିରାନୀଙ୍କ କହିବା ଅନୁସାରେ ସେ ମହିଳାଙ୍କୁ କହିଥିଲେଯେ ତୁମେ ସମିତି କିମ୍ବା ଆଇନ କାନୁନର ସହାୟତା ନିଅ, କିନ୍ତୁ ମହିଳା ଜଣକ ତାହା ନ କରି ମିଡିଆକୁ ଜଣାଇଲେ ।

ନିର୍ମାତାଙ୍କ କହିବା ଅନୁସାରେ ମୁଁ ଜୋର ଦେଇ କହୁଛି ଯେ ମୋ ପ୍ରତିଛବିକୁ ଖରାପ କରବା ପାଇଁ ମହିଳା ଜଣକ ମିଡିଆ ନିକଟକୁ ଯାଇଛନ୍ତି, ଯାହା ଦ୍ୱାରା ମୋତେ କ୍ଷତି ପହଂଚିବ । ଏହା ଏକ ମିଛ ପ୍ରଚାର । ହଫିଙ୍ଗଟନ ପୋଷ୍ଟ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଫିଲ୍ମ ନିର୍ମାତାଙ୍କ ଓକିଲ ଆନନ୍ଦ ଦେଶାଇ ଭୁଲ, କ୍ଷତି ପହଂଚାଇବା, ଅପମାନଜନକ,ପ୍ରେରିତ ଏବଂ ମାନହାନିକାରକ ବୋଲି କହିଛନ୍ତି ।

ରିିପୋର୍ଟରେ ମହିଳା କହିଛନ୍ତିଯେ ଫିଲ୍ମ ସଂଜୁରେ ସେ ଆସିଷ୍ଟାଂଟ ଡାଇରେକ୍ଟର ଥିଲେ । ସେ ଲଗାଇଥିବା ଆରୋପ ଅନୁସାରେ ମାର୍ଚ୍ଚରୁ ୨୦୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକାଧିକ ଥର ହିରାନୀ ତାଙ୍କର ଯୌନ ଉତ୍ପୀଡ଼ନ କରିଛନ୍ତି । ଏହି ବିଷୟରେ ସେ ବିଧୂ ବିନୋଦ ଚୋପ୍ରାଙ୍କୁ ଏକ ମେଲ କରିଥିଲେ । ତେବେ କଥା ଆସୁଛିଯେ ଘଟଣାକୁ ଆଗକୁ ନେବା ପାଇଁ ଯେତେବେଳେ ଫିଲ୍ମ ଆଲୋଚିକା ଅନୁପମା ପ୍ରଶ୍ନ କଲେ ମହିଳା ଜଣକ କହିଲେ ତାଙ୍କୁ ଭାବିବା ପାଇଁ ସମୟ ଦରକାର । ଅବଶ୍ୟ ବିଧୂ ବିନୋଦ ଚୋପ୍ରା ଏପର୍ଯ୍ୟନ୍ତ କୌଣସି ଟିପ୍ପଣୀ ଦେଇ ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More