Only for Entertainment

ଯୌନ ଶୋଷଣ ଅଭିଯୋଗ ପରେ ପ୍ରଥମ ଥର ଏହି ଅନ୍ଦାଜରେ ନଜର ଆସିଲେ ରାଜକୁମାର ହିରାନୀ ।

bollywoodtadka
31

ମି ଟୁ କାରଣରୁ ଫିଲ୍ମ ସଂଜୁର ନିର୍ଦ୍ଦେଶକ ରାଜକୁମାର ହିରାନୀ ଯୌନ ଶୋଷଣ ଅଭିଯୋଗରେ ଫିସିଥିବାର ନଜର ଆସିଥିଲେ । ଫିଲ୍ମ ସଂଜୁର ଆସିଷ୍ଟାଂଟ ଡାଇରେକ୍ଟର ଏହି ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆସିବା ପରଠାରୁ ହିରାନୀ ମିଡିଆ ସାମ୍ନାକୁ ଆସିନଥିଲେ । ନିକଟରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହିଫଟୋରେ ସେ ଫିଲ୍ମ ଭାରତର ପ୍ରଯୋଜକ ଅତୁଲ ଅଗ୍ନିହୋତ୍ରୀଙ୍କସହିତ ନଜର ଆସିଛନ୍ତି ।

 

View this post on Instagram

 

Enroute Delhi @hirani.rajkumar

A post shared by Atul Agnihotri (@atulreellife) on

ଏହି ଫଟୋ କୌଣସି ଚାଟାର୍ଡ ପ୍ଲେନରେ ଉଠାଯାଇଛି । ଅତୁଲ ଅଗ୍ନିହୋତ୍ରୀ ଏହି ଫଟୋକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

କହିରଖୁଛୁଯେ ସଂଜୁ ଫିଲ୍ମର ନିର୍ଦ୍ଦେଶକ ଅଭିଯୋଗ ଆଣିଥିଲେଯେ ପୋଷ୍ଟ ପ୍ରଡକ୍ସନ ସମୟରେ ତାଙ୍କର ଯୌନ ଶୋଷଣ କରାଯାଇଥିଲା । ବିରୋଧ ପରେ ତାଙ୍କୁ ଫିଲ୍ମରୁ କରିବାର ଧମକ ଦିଆଯାଇଥିଲା ବୋଲି କହିଥିଲେ ମହିଳା । ଏହା ସହିତ କ୍ୟାରିଅର ନଷ୍ଟ କରିଦିଆଯିବ ବୋଲି ମଧ୍ୟ କହିଥିବା ଅଭିଯୋଗ ଆଣିଥିଲେ ମହିଳା । କିନ୍ତୁ ଅଭିଯୋଗ ଆସିବା ପରେ ମଧ୍ୟ ଏହି କଥାକୁ କେହି ମଧ୍ୟ ବିଶ୍ୱାସ କରିନଥିଲେ । ଅରଶଦ ବାର୍ସୀ, ଦିୟା ମିର୍ଜା, ଶରମନ ଯୋଶୀ, ଜାଭେଦ ଅଖଚ୍ଛର, କରିସ୍ମା ତନ୍ନା ଏବଂ ଫିଲ୍ମ ନିର୍ମାତା ଇନ୍ଦ୍ର କୁମାରଙ୍କ ଭଳି କେତେକ ଷ୍ଟାର୍ସ ତାଙ୍କ ସପୋର୍ଟରେ ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More