Only for Entertainment

ଗାର୍ଡ ହୋଇଥିବା ଅଭିନେତାଙ୍କ ସପୋର୍ଟରେ ଆସିଲେ ଅନୁରାଗ କଶ୍ୟପ !

35

କାମ ନ ମିଳିବାରୁ ସିକ୍ୟୁରିଟି ଗାର୍ଡ ହୋଇଥିବା ଅଭିନେତା ସବି ସିଦ୍ଧୁଙ୍କ ସପୋର୍ଟରେ ଆସିଲେ ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ଡିରେକ୍ଟର ଅନୁରାଗ କଶ୍ୟପ । ରାଜକୁମାର ରାଓ ଟ୍ୱିଟ କରି ଲେଖିଛନ୍ତି ଯେ ସେ କାଷ୍ଟିଂ କରୁଥିବା ବନ୍ଧୂଙ୍କୁ ତାଙ୍କ ବିଷୟରେ କହିବେ ।

ଏଠାରେ ଆମେ କହି ରଖୁଛୁ ଯେ ସବି ସିଦ୍ଦୁ ବ୍ଲାକ ଫ୍ରାଇଡେ, ଗୁଲାଲ ଏବଂ ପଟିଆଲା ହାଉସ ଭଳି ହିଟ ଫିଲ୍ମରେ କାମ କରିଛନ୍ତି । ନିକଟରେ ଏକ ଭିଡିଓ ଆସିଥିଲା ଯେଉଁଥିରେ ସବି ସିଦ୍ଧୂ କାମ ନ ମିଳିବାରୁ ସିକ୍ୟୁରିଟି ଗାର୍ଡ କାମ କରୁଥିବା କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ଅବସ୍ଥା ଏତେ ଖରାପ ଯେ ସେ ଏକ ଫିଲ୍ମ ଟିକେଟ କିଣିବା ପାଇଁ ସକ୍ଷମ ନୁହଁନ୍ତି ।

ଏହି ଭିଡିଓ ଦେଖି ଅନୁରାଗ କଶ୍ୟପ ମଧ୍ୟ ନିଜ ମତ ରଖିଛନ୍ତି ଯେ ସବିଙ୍କ ଏଭଳି କାମକୁ ନେଇ ସେ ତାଙ୍କୁ ଖୁବ ସମ୍ମାନ କରୁଛନ୍ତି କାରଣ ସେ ଆକ୍ଟିଂ ନ ପାଇ ହାର ମାନି ନାହାନ୍ତି କି ନିଜକୁ ବରବାଦ କରି ନାହାନ୍ତି ବରଂ ଯେଉଁ କଠିନ ପରିଶ୍ରମର ନିର୍ଣ୍ଣୟ କରିଛନ୍ତି ତାହା ସମ୍ମାନ ଯୋଗ୍ୟ ଅଟେ । ଏହା ସହ ସେ କହିଛନ୍ତି ଯେ କେବଳ ସେ ନୁହଁନ୍ତି ନବାଜୁଦ୍ଦିନ ସିଦ୍ଦିକି ଜଣେ ୱାଚମ୍ୟାନ ଥିଲେ ,ସେ ନିଜେ ମଧ୍ୟ ୱେଟର ଥିଲେ ଏବଂ ବ୍ଲାକ ଫ୍ରାଇଡେ ଫିଲ୍ମର ଜଣେ କଳାକାର ଗଳି ଗଳି ବୁଲି ମୁଢି ବିକୁଥିବା ମଧ୍ୟ ସେ ଦେଖିଛନ୍ତି ବୋଲି କହିଛନ୍ତି ଅନୁରାଗ କଶ୍ୟପ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More