Only for Entertainment

ପ୍ରିୟଙ୍କା ସହିତ ସୁଟିଂ ଆରମ୍ଭ କରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ରାଜକୁମାର ରାଓ, ନେଟଫ୍ଲିକ୍ସର ଆଗାମୀ ଫିଲ୍ମରେ ଆସିବେ ନଜର

latestly
27

ନେଟଫ୍ଲିକ୍ସର ଆଗାମୀ ଫିଲ୍ମ ‘ଦ ହ୍ୱାଇଟ ଟାଇଗର’ ରେ ରାଜକୁମାର ରାଓ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚେପ୍ରା ଜୋନସଙ୍କ ସହିତ କାମ କରିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ରାଜକୁମାର କହିଛନ୍ତି ଫିଲ୍ମର ସୁଟିଂ ସମୟରେ ଦୁହଁ ଭଲ ସମୟ ସ୍ପେଣ୍ଡ କରିବେ ।

ମୁମ୍ବାଇରେ ବୁଧବାର ନିଜର ଆଗାମୀ ଫିଲ୍ମ ‘ମଡେ ଇନ ଚାଇନା’ର ଟ୍ରେଲର ଲଂଚ ଅବସରରେ ରାଜକୁମାର ମିଡିଆ ସହିତ ମିଡିଆ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ତାଙ୍କ ସହ କଳାକାର ମୌନୀ ରୟ ଏବଂ ନିର୍ଦ୍ଦେଶକ ମିଖେଳ ମୁସାଲେ ଏବଂ ନିର୍ମାତା ଦିନେଶ ବିଜାନ ମଧ୍ୟ ଉପସ୍ଥିତ ଥିଲେ ।

‘ଦ ହ୍ୱାଇଟ ଟାଇଗର’କୁ ମେନ ବୁକର ପୁରସ୍କାର ବିଜେତା ଅରବିନ୍ଧ ଅଡିଗା ନିର୍ଦ୍ଦେଶନା ଦେବେ । ଏହି ଫିଲ୍ମ ‘ଦ ହ୍ୱାଇଟ ଟାଇଗର’ ଉପନ୍ୟାସ ଉପରେ ଆଧାରିତ । ଏହି ପ୍ରୋଜେକ୍ଟକୁ ନେଇ ରାଜକୁମାର କହିଛନ୍ତି ଫିଲ୍ମକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି ।

ଏହା ସହିତ ସେ କହିଛନ୍ତି ଏହି ଉପନ୍ୟାସ ଖୁବ ଭଲ ଏବଂ ଏହାର କାହଣୀ ମଧ୍ୟ ଖୁବ ସୁନ୍ଦର । ମୁଁ ନିର୍ଦ୍ଦେଶକଙ୍କ ସହିତ ସାକ୍ଷାତ କରି ସେ ଜଣେ ଭଲ ବ୍ୟକ୍ତିତ୍ୱ । ଏହା ସହିତ ସେ କହିଥିଲେ ପ୍ରିୟଙ୍କା ଜଣେ ପ୍ରତିଭାଶାଳୀ କଳକାର । ତାଙ୍କ ସହିତ ଫିଲ୍ମର ସୁଟିଂ ଆରମ୍ଭ କରିବା ପାଇଁ ମୁଁ ଉତ୍ସାହର ସହିତ ଅପେକ୍ଷା କରି ରହିଛି । ଆଶା କରୁଛି ସୁଟିଂ ସମୟରେ ଆମେ ଏକ ଭଲ ସମୟ ବିତାଇବୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More