Only for Entertainment

‘ବୀରେ ଦି ୱେଡିଂ’ ପରେ ରିଲିଜ ହେଲା ରାଜ କୁମାର ରାଓଙ୍କ ‘୫ ୱେଡିଂସ୍’ର ଟ୍ରେଲର

AajTak
0 34

ବଲିଉଡ ଅଭିନେତା ରାଜ କୁମାର ରାଓଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରାଜ କୁମାର ଖୁବ ଶୀଘ୍ର ଫିଲ୍ମ ‘୫ ୱେଡିଂସ୍’ ଜରିଆରେ ଦର୍ଶକଙ୍କୁ ଏଣ୍ଟରଟେନ କରିବା ପାଇଁ ଆସୁଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି । ଓମାର୍ଟା ପରେ ରାଜ କୁମାର ପୋଲିସ ବାଲା ଅନ୍ଦାଜରେ ଦେଶୀ ଲୁକରେ ନଜର ଆସିବେ । ଫିଲ୍ମରେ ରାଜ କୁମାରଙ୍କ ସହିତ ନରଗିସ ଫାକରୀ ଲିଡ ରୋଲରେ ନଜର ଆସିବେ ।

ଫିଲ୍ମର କାହାଣୀ ଜଣେ ଯୁବତୀ ଉପରେ ଆଧାରିତ ଯେ ରିସର୍ଚ କରିବା ପାଇଁ ଭାରତ ଆସିଥାଏ । ଭାରତରେ ଜଣେ ଦେଶୀ ପୋଲିସ ବାଲାଙ୍କ ସହିତ ଯୁବତୀର ଦେଖାହୁଏ । ଫିଲ୍ମର ଟ୍ରେଲରରେ ହିନ୍ଦୁସ୍ତାନୀ ବିବାହ ଏବଂ ରୀତି ନୀତିକୁ ଦର୍ଶାଯାଇଛି । ଫିଲ୍ମକୁ ନମ୍ରତା ସିଂ ଗୁଜରାଲ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମ ୨୧ ସେପ୍ଟେମ୍ବରକୁ ରିଲିଜ ହେବ ।

ଫିଲ୍ମରେ ନରଗିସ ଫାକରୀ ୨ ବର୍ଷ ପରେ ପରଦାରେ ନଜର ଆସିବେ । ଫିଲ୍ମରେ ନରଗିସ ଦେଶୀ ଲୁକ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More