Only for Entertainment

କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଦୋସ୍ତାନା – ଟୁ’ ରେ ନଜର ଆସିବେ ଅଭିନେତା ରାଜକୁମାର ରାଓ !

22

ବଲିଉଡ୍ ଅଭିନେତା ରାଜ୍କୁମାର୍ ରାଓଙ୍କ ଚାହିଦା ଏବେ ଖୁବ ଚାହିଦା । ଚଳଚ୍ଚିତ୍ର ‘ସ୍ତ୍ରୀ’ର ସଫଳତା ପରେ ତାଙ୍କ ପାଖକୁ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ଅଫର୍ ଆସିବାରେ ଲାଗିଛି । ରାଜକୁମାର୍ ଏବେ କଙ୍ଗନାଙ୍କ ସହ ନିଜ ଆଗାମୀ ଫିଲ୍ମ ‘ମେଂଟାଲ୍ ହୈ କ୍ୟା’ର୍ ପ୍ରସ୍ତୁତିରେ ଅଛନ୍ତି ବ୍ୟସ୍ତ । ତେବେ ଏହି ସିନେମା ପରେ ତାଙ୍କୁ କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଦୋସ୍ତାନା – ଟୁ’ ରେ ଲିଡ୍ ଭୂମିକାରେ ଦେଖିବାକୁ ମିଳିବ ।

ଯାହାକୁ ନେଇ କରଣ ଜୋହର୍ ରାଜକୁମାରଙ୍କ ସହ ଆଲୋଚନା ମଧ୍ୟ ଆରମ୍ଭ କରି ଦେଲେଣି । ହେଲେ ତାଙ୍କ ସହ ଆଉ କେଉଁ ଅଭିନେତା ନଜର ଆସିବେ ସେ ନେଇ କୌଣସି ସୂଚନା ଏବେ ପର୍ଯ୍ୟନ୍ତ ମିଳିନାହିଁ । ତେବେ ଏକ ଅନଲାଇନ୍ ପୋଲ୍ ହିସାବରେ ଅଡିଏନ୍ସ ରାଜକୁମାରଙ୍କ ସହ ଅଭିନେତା ରଣବୀର ସିଂଙ୍କୁ ଦେଖିବାକୁ ଚାହୁଁଛନ୍ତି ଦୋସ୍ତାନାର ସିକ୍ୱେଲରେ ।

୨୦୦୮ରେ ଦୋସ୍ତାନା ରିଲିଜ ହୋଇଥିଲା । ଯେଉଁଥିରେ ଅଭିଷେକ ବଚ୍ଚନ ଓ ଜନ୍ ଆବ୍ରାହିମ୍ ପ୍ରମୁଖ ଭୂମିକାରେ ଆସିଥିଲେ ନଜର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More