Only for Entertainment

ରିଲିଜ ହେଲା ସ୍ତ୍ରୀ’ ଫିଲ୍ମର ଆଉ ଏକ ଟିଜର !

youtube
0 30

ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୂର ଷ୍ଟାରର ଫିଲ୍ମ ‘ସ୍ତ୍ରୀ’ର ନୂଆ ଟିଜର ରିଲିଜ ହୋଇଯାଇଛି । ଏହି ଭିଡିଓରେ ରାଜକୁମାର ରାଓ ଏବଂ ତାଙ୍କ ବନ୍ଧୁ ଭୂତକୁ ପ୍ରଶ୍ନ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଦେଖିବା ପରେ ଆପଣଙ୍କୁ ଖୁବ ଆଗ୍ରହ ଆସିବ ନିଶ୍ଚୟ । ଦେଖନ୍ତୁ ଭିଡିଓ-

ଏହି ଫିଲ୍ମ ଚଳିତ ମାସ ଶେଷରେ ଅର୍ଥାତ ୩୧ଅଗଷ୍ଟରେ ରିଲିଜ ହେବାକୁ ଯାଉଛି । ଏହି ଜରିଆରେ ଫିଲ୍ମ ସହ ଜଡିତ ଭିଡିଓ, ଗୀତ ଗୋଟେ ପରେ ଗୋଟେ ସାମ୍ନାକୁ ଆସିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ସମସ୍ତ ଭିଡିଓ ଏବଂ ଗୀତ ଖୁବ ମଜାଦାର ରହିଛି । ଏହା ଏକ କମେଡି ହରର ଫିଲ୍ମ ଅଟେ । ତେବେ ଏହି ଫିଲ୍ମରେ ଡର ସହ କମେଡି ସିନ ମଧ୍ୟ ଦେଖିବାକୁ ମିଳିବ ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମରେ ରାଜକୁମାର ରାଓଙ୍କ ନାଁ ରହିଛି ବିକ୍କି । ଗାଁ ଲୋକ ଭୂତ ଉପରେ ବିଶ୍ୱାସ କରୁଥିବା ବେଳେ ବିକ୍କିକୁ ଭୂତ ଉପରେ ବିଶ୍ୱାସ ନାହିଁ । ତେବେ କଣ ଏଭଳି ଘଟଣା ଘଟିବ ଯାହା ପାଇଁ ବିକ୍କିକୁ ମଧ୍ୟ ଭୂତ ଉପରେ ବିଶ୍ୱାସ ଆସିବ ତାହା ତ ଫିଲ୍ମ ଦେଖିଲେ ହିଁ ଜଣା ପଡିବ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତ ଦିନେଶ ବିଜାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More