Only for Entertainment

ଏହି କମେଡି ଫିଲ୍ମରେ ନଜର ଆସିପାରନ୍ତି ରାଜକୁମାର ରାଓ, ପୁରୁଷ ସେରୋଗେସୀ ଉପରେ ହେବ ଆଧାରିତ !

20

ବଲିଉଡ ଅଭିନେତା ରାଜକୁମାର ରାଓ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଆସୁଛନ୍ତି । ଶେଷଥର ସେ ମୌନୀ ରୟଙ୍କ ସହ ଫିଲ୍ମ ମେଡ ଇନ ଚାଇନାରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ କିଛି ଖାସ କମାଲ କରିପାରିନଥିଲା, କିନ୍ତୁ ଫିଲ୍ମରେ ରାଜକୁମାରଙ୍କୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଏବେ ରାଜକୁମାର ନିଜ ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି । ଏହାମଧ୍ୟରେ ଖବର ଶୁଣିବାକୁ ମିଳିଛି ଯେ ରାଜକୁମାର ଏକ ଭିନ୍ନ ଫିଲ୍ମ କରିବାକୁ ଯାଉଛନ୍ତି , ଯେଉଁଥିରେ ପୁରୁଷ ସେରୋଗେସିଙ୍କୁ ଦେଖିବାକୁ ମିଳିବ । ଏକ ୱେବସାଇଟ ମୁତାବକ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମଗର୍ଲରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିବା ରାଜ ସାଣ୍ଡିଲ୍ୟ ରାଜକୁମାରଙ୍କୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହି ଫିଲ୍ମ ରାଜ ହିଁ ଲେଖିଛନ୍ତି ଯେ ଏହା ପୁରୁଷ ସେରୋଗେସି ଉପରେ ଏହି ଫିଲ୍ମ ଆଧାରିତ ହେବ ।

 

View this post on Instagram

 

Shirt & Pant – @sonofanoble.snob Jacket – @hackettlondon Styling – @who_wore_what_when Photography – @studiopicsing

A post shared by RajKummar Rao (@rajkummar_rao) on

ରିପୋର୍ଟ ମୁତାବକ ରାଜ କହିଛନ୍ତି ଯେ ରାଜ, ରାନୀ ସ୍କ୍ରୁବାଲାଙ୍କ ଏକ କମେଡି ଫିଲ୍ମ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି । ଯାହା ପାଇଁ ରାଜକୁମାରଙ୍କ ସହ ସମ୍ପର୍କ କରା ଯାଇଛି , ସେ ମଧ୍ୟ ଏହି ସ୍କ୍ରିପ୍ଟକୁ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ଇଶାରତ ଆର ଖାନ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ । ସେ ଦିବାନଗୀ, ନୋ ଏଂଟ୍ରି, ୱେଲକମ ଭଳି ଫିଲ୍ମରେ ଅନୀଶ ବାଜ୍ମୀଙ୍କ ସହ ଆଷିଷ୍ଟାଂଟ ଭାବେ କାର୍ଯ୍ୟ କରିସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More