Only for Entertainment

ରିଲିଜ ହେଲା ମେରେ ପ୍ୟାରେ ପ୍ରାଇମ ମିନିଷ୍ଟରର ପ୍ରଥମ ପୋଷ୍ଟର ।

ANI
29

ଫିଲ୍ମ ମେରେ ପ୍ୟାରେ ପ୍ରାଇମ ମିନିଷ୍ଟରର ଟ୍ରେଲର ରିଲିଜ ପୂର୍ବରୁ ରକେଶ ଓମପ୍ରକାଶ ମେହରା ଫିଲ୍ମର ପ୍ରଥମ ପୋଷ୍ଟର ତାଙ୍କ ଟ୍ୱିଟର ଆକାଉଂଟରେ ଶେୟାର କରିଛନ୍ତି । ପୋଷ୍ଟରରେ ଏକ ଛୋଟ ପିଲା କାହ୍ନୁର ପ୍ରତିଛବି ଦେଖିବାକୁ ମିଳିଛି, ଯାହାର ସ୍ୱପ୍ନ ଅଛି ତା ମା ସରଗମ ପାଇଁ ଏକ ଟଏଲେଟ ନିର୍ମାଣ କରିବାକୁ ।

ଟ୍ୱିଟରରେ ପୋଷ୍ଟର ଶେୟାର କରି ଓମପ୍ରକାଶ ମେହରା କ୍ୟାପ୍ସନରେ ଲେଖିଛନ୍ତିଯେ କାହ୍ନୁର ସ୍ୱପ୍ନ ହେଉଛି ତା ମା ପାଇଁ ଏକ ଟଏଲେଟ ତିଆରି କରିବାକୁ ଏବଂ ସେ ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ଚାହୁଁଛି ।

ଫିଲ୍ମ କ୍ରିଟିକ୍ସ ତରନ ଆଦର୍ଶ ମଧ୍ୟ ଫିଲ୍ମକୁ ନେଇ ଟ୍ୱିଟରରେ ଏକ ସୂଚନା ଦେଇଛନ୍ତି । ଯେଉଁଥିରେ ଫିଲ୍ମର ରିଲିଜ ଡେଟ ଘୁଂଚା ଯାଇଥିବା ଲେଖାଅଛି । ଫିଲ୍ମ ୧୫ ମାର୍ଚ୍ଚକୁ ରିଲିଜ ହେବ । ଏଥିରେ ମା ପୁଅର ସଂପର୍କ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More