Only for Entertainment

ବିବାହ ପରେ ପତି ପତ୍ନୀ ନୁହେଁ ବରଂ ରାକ୍ଷୀ ଏବଂ ଦୀପକ କଲାଲଙ୍କ ମଧ୍ୟରେ ରହିବ ଏହି ସଂପର୍କ ।

aajtak
33

ଦୀପକ ଏବଂ ରାକ୍ଷୀ ଶନିବାରକୁ ନିଜ ବିବାହକୁ ନେଇ ହେଉଥିବା କଥା ଉପରେ ଏକ ପ୍ରେସ କନଫରେନ୍ସ ଡାକିଥିଲେ ।ଏହା ଦ୍ୱାରା ଦୁଇ ଜଣ କେବଳ ହାଇଭୋଲଟେଜ ଡ୍ରାମା କଲେ ।କେବଳ ସେତିକି ନୁହେଁ ମିଡିଆ ସାମ୍ନାରେ ଖରାପ ଭାଷାର ମଧ୍ୟ ପ୍ରୟୋଗ କଲେ ।

ରାକ୍ଷୀ କହିଲେ ମୁଁ ଶୁଣିଛି ଦୀପିକା ତାଙ୍କ ବିବାହରେ୧ କୋଟିର ଲେହେଙ୍ଗା ପିନ୍ଧିଥିଲେ ତେଣୁ ମୋ ଲେହେଙ୍ଗା ୮ କୋଟିର ହେବା ଉଚିତ । ବିବାହ ପରେ ଦୀପକ ଏବଂ ମୁଁ ଭାଇ ଭଉଣୀ ହୋଇ ରହିବୁ । ବିବାହରେ ମୁଁ ଶାହାରୁଖ,ସଲମାନ,କରୀନା ଏବଂ ଦୀପିକାଙ୍କୁ ନିମନ୍ତ୍ରଣ ଦେଇଛି ।

ଦୁଇ ଜଣଙ୍କୁ ଖୁବ କମେଡ଼ି଼ି କରୁଥିବାର ଦେଖିବାକୁ ମିଳିଲା ଏହି ପ୍ରେସ କନଫରେନ୍ସରେ । ଯେଉଁଥିରେ ରାକ୍ଷୀ କହିଲେଯେ ବିବାହରେ ତାଙ୍କର ୮୫ କୋଟି ଟଙ୍କା ଖର୍ଚ୍ଚ ହେବ ।ତେବେ କହିରଖୁଛୁଯେ ଦୁଇଜଣଙ୍କ ୱେଡିଙ୍ଗ କାର୍ଡ଼ରେ ଇଂରାଜୀ ଭୁଲରେ ଲେଖାଅଛି ଏବଂ ସେଥିରେ ଏହା ମଧ୍ୟ ଲେଖାଅଛିଯେ ଦୁଇଟି ପ୍ରେମ କରୁଥିବା ହୃଦୟ ଗୋଟିଏ ହୋଇଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More