Only for Entertainment

ଦୀପକ କଲାଲଙ୍କୁ ବିବାହ କରିବେ ରାକ୍ଷୀ ସାୱନ୍ତ?

aajtak
53

ରାକ୍ଷୀ ଭଲ ଭାବରେ ଜାଣନ୍ତି କେଉଁଭଳି ସବୁବେଳେ ଚର୍ଚ୍ଚାରେ ରହିହେବ । ପ୍ରଥମେ ସେ ଆମେରିକୀୟ ରେସଲର ଠାରୁ ପଙ୍ଗା ନେବା ଏବଂ ପରେ ଅନୁପ ଜଲୋଟାଙ୍କୁ ନେଇ ବଡ଼ ବିବାଦୀୟ ବୟାନ ଦେବା କାରଣରୁ ଚର୍ଚ୍ଚାରେ ରହିଥିଲେ ।ଏବେ ତାଙ୍କର ଏକ ୱେଡିଙ୍ଗ କାର୍ଡ଼ ଭାଇରାଲ ହେଉଛି ଯେଉଁଥିରେ ସେ ଡିସେମ୍ବର ୩୧ରେ କମେଡିୟାନ ଦୀପକ କଲାଲଙ୍କୁ ଆମେରିକାର ଲସ ଆଂଜେଲସରେ ବିବାହ କରିବେ ବୋଲି କୁହାଯାଉଛି । ଏହି କାର୍ଡ଼କୁ ରାକ୍ଷୀ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।

 

 

View this post on Instagram

 

??????????????????????

A post shared by Rakhi Sawant (@rakhisawant2511) on

ଦୀପକ ଟିଭି ଶୋ ଇଣ୍ଡିଆଜ ଗଟ ଟ୍ୟାଲେଂଟରେ ନଜର ଆସି ସାରିଛନ୍ତି । ରାକ୍ଷୀଙ୍କର ଏହି କାର୍ଡ଼ ମଜାକ ଲାଗୁଛି । ସେଥିରେ ଭୁଲ ଇଂରାଜୀ ମଧ୍ୟ ଲେଖାହୋଇଛି । ଅନ୍ୟ ପକ୍ଷରେ ରାକ୍ଷୀ ନିଜେ ଏକ ନ୍ୟୁଜପେପରକୁ ଏହି ବିଷୟରେ କହିଛନ୍ତି । ତେବେ ଏହି ପୋଷ୍ଟକୁ ନେଇ ରାକ୍ଷୀଙ୍କୁ ଟ୍ରୋଲ କରାଯାଉଛି । ଜଣେ ଟ୍ରୋଲର୍ସ ଲେଖିଛନ୍ତି ଲେହେଙ୍ଗା କିଏ ପିନ୍ଧିବ ।କେହି କେହି ଅପଶବ୍ଦ ମଧ୍ୟ ଲେଖିଛନ୍ତି ।

ଏହା ପୂର୍ବରୁ ଏକ ଟିକ ଟକ ସେସନରେ ରାକ୍ଷୀଙ୍କୁ ପ୍ରଶ୍ନ କରାଗଲାଯେ ବିଗବସ ଘରେ ଥିବା ପ୍ରତିଯୋଗୀଙ୍କୁ କ’ଣ ଦାନ କରିବା ଉଚିତ,ସେ ଉତ୍ତରରେ କହିଲେ ମୁଁ ଚାହୁଁଛି ଜସଲିନ ମଥାରୁ ଅନୁପ ଜଲୋଟାଙ୍କୁ ଦାନ କରନ୍ତୁ, ମୁଁ ତାଙ୍କୁ କିଣିନେବି ।ଏହା ସହିତ ରାକ୍ଷୀ କହିଲେଯେ ମୁଁ ଅନୁପ ଜଲୋଟାଙ୍କ ସହିତ ସାୱର ନେବାକୁ ଚାହୁଁଛି । କାରଣ ଜସଲିନ ତାଙ୍କ ପାଇଁ ମେକ ଅପ ଏବଂ ଡ୍ରେସ ଛାଡ଼ିଲେ ନାହିଁ ।ତାଙ୍କ ପାଖରେ ଆଉ କ’ଣ ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More