Only for Entertainment

ପବ୍ଲିସିଟି ପାଇଁ ବିବାହ ପ୍ରଚାର କରୁଥିଲେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ।

youtube
39

ରାକ୍ଷୀ ବଲିଉଡର ଡ୍ରାମା କୁଇନ ଭାବରେ ବେଶ ପରିଚିତ । ସବୁବେଳେ ନିଜ ଭିନ୍ନ ଭିନ୍ନ ଅଜବ ମତକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି । ଏହିଥର ମଧ୍ୟ ଘଟିଛି କିଛି ସେହିଭଳି କାର୍ଯ୍ୟ । ଯାହା ଆପଣ ସମସ୍ତେ ଜାଣନ୍ତି ।କିଛି ଦିନ ତଳେ ଡ଼ିସେମ୍ବର ୩୧ରେ ରାକ୍ଷୀ ଦୀପିକା କଲାଲଙ୍କୁ ବିବାହ କରିବେ ବୋଲି କହିଥିବା ବେଳେ ବିବାହର କାର୍ଡ଼ ମଧ୍ୟ ଭାଇରାଲ ହୋଇଥିଲା । ଏବେ ତାହା ଏକ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି ଜଣାପଡ଼ିଛି ।

ଇନ୍‌ଷ୍ଟାରେ ଏକ ଭିଡିଓ ସେୟାର କରି, ମୋତେ କ୍ଷମା କରିବ ଦୀପକ,ମୋ ପରିବାର ମୋ ଉପରେ ରାଗିଛି । ଯାହା ବି ହୋଇଛି, ତାହାକୁ ମୋ ପରିବାର ଜମା ବି ପସନ୍ଦ କରୁ ନାହାନ୍ତି । ୧୪-୧୫ବର୍ଷ ହେଲାଣି ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରହିଛି । ମୁଁ ଏଭଳି ଖରାପ କାମ କରିବାକୁ ଚାହୁଁନି, ଯାହା ବି ଥିଲା ସବୁ ଭୁଲିଯାଅ । ମୋର ପ୍ରେମିକ ମୋ ଉପରେ ରାଗିଛି । ଏବେ ସେ ମୋତେ ବିବାହ କରିବେ ନାହିଁ । ମୁଁ ମୋ ଜୀବନ ଖରାପ କରିବାକୁ ଚାହୁଁନାହିଁ । ମୋ ପାଇଁ କାହା ମନ ଦୁଃଖ ହୋଇଥିଲେ ମୋତେ କ୍ଷମା କରିବେ ବୋଲି କହିଥିବା ଦେଖାଯାଇଛି । ରାକ୍ଷୀଙ୍କ ଏହି ଭିଡିିଓ ପରେ ଦୀପକଙ୍କୁ ବିବାହ କରିବା ଏକ ପବ୍ଲିସିଟି ଷ୍ଟଣ୍ଟ ଥିଲା ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । କିଛି ଲୋକ ରାକ୍ଷୀଙ୍କ ଏହି ଭିଡ଼ିଓକୁ ମଧ୍ୟ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିବା ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More