Only for Entertainment

ମିଡିଆ ଠାରୁ ପଙ୍ଗା ନ ନେବା ପାଇଁ କଙ୍ଗନାଙ୍କୁ ଡ୍ରାମା କୁଇନଙ୍କ ପରାମର୍ଶ । ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ ।

bollywood tadka
42

ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଡ୍ରାମା କ୍ୱିନ ଭାବରେ ବେଶ୍ ଜଣାଶୁଣା । ଅଧିକାଂଶ ସମୟରେ ନିଜ ଫଟୋ ଏବଂ ଅଡ଼ୁଆ ମଜାଦାର କଥାକୁ ନେଇ ହେଡଲାଇନକୁ ଆସିଯାଆନ୍ତି । ଏବେ ପୁଣିଥରେ ସେହିଭଳି କିଛି କଥାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ରାକ୍ଷୀ ସାୱନ୍ତ ।

 

ନିକଟରେ ରାକ୍ଷୀଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି । ଭିଡ଼ିଓରେ ରାକ୍ଷୀ କଙ୍ଗନାଙ୍କୁ କହୁଛନ୍ତି, ମୁଁ ତୁମକୁ ଏକ ପରାମର୍ଶ ଦେବି ତୁମେ ମିଡିଆ ସହିତ ପଙ୍ଗା ନିଅ ନାହିଁ । ମିଡିଆ ତାଜ ପିନ୍ଧାଏ ତ ଓହ୍ଲାଇ ମଧ୍ୟ ଦିଏ । ମିଡିଆ ହେଉଛି ଆଜିର ଭଗବାନ, ତୁମେ ଭଲ ଅଭିନୟ କର ଏବଂ ତୁମର ଫିଲ୍ମ ମଧ୍ୟ ଭଲ ହୁଏ, ଆଗକୁ ତୁମର ଫିଲ୍ମ ଜଜ ମେଂଟାଲ ହୈ କ୍ୟା ଆସୁଛି, ମୁଁ ଏବଂ ଆମେ ସମସ୍ତେ ଦେଖିବାକୁ ଯିବୁ । ତୁମେ ଏବଂ ତୁମ ଭଉଣୀ ରଙ୍ଗୋଲି ଖୁବ ପରିଶ୍ରମୀ । ମିଡିଆ ଚରିତ୍ରକୁ ଭଲ କରି ଦେଖାଏ ଏବଂ ଖରାପ ମଧ୍ୟ କରେ । ଏକତା କପୂରଙ୍କ ଆଗାମୀ ଫିଲ୍ମରେ ତୁମେ କାମ କରୁଛ । ତେଣୁ ଏହା ନିହାତି ଭଲ ହେବ । ତୁମେ ମଧ୍ୟ ମେଂଟାଲ, ମୁଁ ମଧ୍ୟ ମେଂଟାଲ, ଏ ଦୁନିଆରେ ଆମେ ସମସ୍ତେ ମେଂଟାଲ । ମିଡିଆକୁ ମଧ୍ୟ ମେଂଟାଲ କହିଛନ୍ତି ରାକ୍ଷୀ’ । ଏହା ସହିତ କଙ୍ଗନାଙ୍କୁ ଫ୍ରିଜ ମଧ୍ୟରେ ରହି ଥଣ୍ଡା ହେବା ପାଇଁ ମଧ୍ୟ କରାମର୍ଶ ଦେଇଛନ୍ତି ଡ୍ରାମା କୁଇନ । ଏହାପରେ ଆଉ କେତେକ କଥା ମଧ୍ୟ କହିଛନ୍ତି ଏବଂ ଆମେ ସେହି ଭିଡ଼ିଓଟି ଆପଣଙ୍କ ସହିତ ଶେୟାର କରିଛୁ ।

 

କହିରଖୁଛୁ ନିକଟରେ ଜଜମେଂଟାଲ ହୈ କ୍ୟା’ର ଏକ ଗୀତର ପ୍ରମୋଶନ ସମୟରେ ଜଣେ ସାମ୍ବାଦିକଙ୍କ ସହିତ କଙ୍ଗନାଙ୍କ ଜବରଦସ୍ତ ଝଗଡ଼ା ହୋଇଥିଲା, ଯାହାକୁ ପର୍ଯ୍ୟବେଷିତ କରି ରାକ୍ଷୀ ଏଭଳି ଭିଡ଼ିଓ ପୋଷ୍ଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More