Only for Entertainment

ରାଖୀ ସାୱନ୍ତ ହୋଟେଲ ରୁମରେ ଏନଆରଆଇଙ୍କ ସହ କଲେ ଗୁପ୍ତରେ ବିବାହ !

214

ଅଭିନେତ୍ରୀ ତଥା ଡାନ୍ସର ରାଖୀ ସାୱନ୍ତ ନିଜ ଫଟୋ ଏବଂ ବୟାନ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ପୁଣିଥରେ କଂଟ୍ରୋଭର୍ସି କ୍ୱିନ ରାଖୀ ଚର୍ଚ୍ଚାରେ ରହିଛନ୍ତି । ସ୍ପଙ୍କବୟ ଖବର ମୁତାବକ ରାଖୀ ସାୱନ୍ତ ରବିବାର ମୁମ୍ବାଇ ସ୍ଥିତ ହୋଟେଲରେ ଏନଆରଆଇଙ୍କ ସିକ୍ରେଟ ମ୍ୟାରେଜ କରିଛନ୍ତି । ଏହି ବିବାହକୁ ଖୁବ ପ୍ରାଇଭେଟ ରଖାଯାଇଥିଲା । ରିପୋର୍ଟ ମୁତାବକ ରାଖୀ ମୁମ୍ବାଇର JW marriott ହୋଟେଲ ରୁମରେ ଅପରାହ୍ନରେ ବିବାହ କରିଛନ୍ତି ।

ଏହି ସିକ୍ରେଟ ବିବାହରେ ପରିବାର ଲୋକଙ୍କ ବ୍ୟତୀତ ୪-୫ଜଣ ବନ୍ଧୁ ସାମିଲ ହୋଇଥିଲେ । ଅସଲରେ ଏହି ଖବର ରାଖୀଙ୍କ ବ୍ରାଇଡାଲ ଫଟୋସୁଟ କାରଣରୁ ଆସିଛି । ଏହି ଫଟୋରେ ରାଖୀ ଧଳା ରଂଗର ଗାଉନରେ ନଜର ଆସିଛନ୍ତି, ଯେଉଁଥିରେ ସେ ଖୁବ ସୁନ୍ଦର ଦିଶୁଛନ୍ତି ।

ବିବାହ ଖବରକୁ ନେଇ ରାଖୀ ଏଭଳି ଦେଲେ ବୟାନ:

ରାଖୀଙ୍କ ମୁତାବକ ତାଙ୍କ ବ୍ରାଇଡାଲ ଫଟୋସୁଟ କାରଣରୁ ଏଭଳି ଗୁଜବ ଉଠିଛି । ରାଖୀ ଇଣ୍ଡିଆ ଟୁଡେ ସହ ସାକ୍ଷାତକାରରେ କହିଛନ୍ତି ସେ କୌଣସି ରିଲେସନସିପରେ ମଧ୍ୟ ନାହାନ୍ତି ।

ଜଣାନାହିଁ କିଭଳି ତାଙ୍କ ବିବାହ ଗୁଜବ ପ୍ରଚାର ହୋଇଗଲା । ଏହାପୂର୍ବରୁ ପୂର୍ବ ବର୍ଷ ରାଖୀଙ୍କ ବିବାହ ଖବର ଭାଇରାଲ ହେଉଥିଲା । ସେ ସମୟରେ ରାଖୀ ଇଣ୍ଡିଆଜ ଗଟ ଟାଲେଂଟର ପ୍ରତିଯୋଗୀ ଦୀପକ କଲାଲଙ୍କୁ ବିବାହ କରିବେ ବୋଲି ଘୋଷଣା କରିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ରାଖୀ ଫିଲ୍ମ ଧାରା-୩୭୦ରେ ନଜର ଆସିବେ । ଫିଲ୍ମ କାହାଣୀ କାଶ୍ମୀର ଉପରେ ଆଧାରିତ । ଏହି ଫିଲ୍ମରେ ମନୋଜ ଜୋଶୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହାବ୍ୟତୀତ ଏହି ଫିଲ୍ମରେ ହିତେନ ତେଜୱାନୀ, ଦେବ ଗିଲ, ଅଂଜଲି ପାଣ୍ଡେ, ପଙ୍କଜ ଧୀର, ଜରୀନା ବହାବ ତଥା ରାଜ ଜୁତ୍ଶୀ ମଧ୍ୟ ଅଛନ୍ତି । ରାଖୀ ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଫଟୋ ଶେୟାର କରନ୍ତି । ରାଖୀ ସମସ୍ତ ବିଷୟରେ ନିଜ ବୟାନ ମଧ୍ୟ ରଖିଥାଆନ୍ତି । ସେ ସବୁବେଳେ ମିଡିଆର ଧ୍ୟାନ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More