Only for Entertainment

ମିକା ହେଲେ ଗିରଫ ତ କାନ୍ଦି ପକାଇଲେ ରାଖୀ, କହିଲେ- ବିଜା ଖୋଜୁଛି ଏବେ ଆସିବେ ତୁମକୁ ଛୁଡାଇବା ଲାଗି !

54

ବଲିଉଡର ସୁପରହିଟ ଗୀତ ଦେଇଥିବା ସିଙ୍ଗର ମିକା ସିଂ ପୁଣି ଥରେ ବିବାଦ ଘେରରେ ଫସିଛନ୍ତି । ଦୁବାଇରେ ମିକାଙ୍କୁ ଗିରଫ କରାଯାଇଛି । ୧୭ବର୍ଷର ବ୍ରାଜିଲିୟନ ମଡେଲ ମିକାଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି । ମିକାଙ୍କ ଏହି ହରକତ ବିଷୟରେ ରାଖୀ ସାୱନ୍ତଙ୍କୁ ଜଣା ପଡିବାରୁ ରାଖୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି । ମିକାଙ୍କ ଗିରଫ ଖବର ପାଇବା ପରେ ରାକ୍ଷୀ ତାଙ୍କୁ ମୁକୁଳାଇବା ପାଇଁ ଦୁବାଇ ଯିବାର ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କହିଛନ୍ତି । ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ରାକ୍ଷୀ ଏକ ଭିଡିଓ ପୋଷ୍ଟ କରି ସେଥିରେ ସେ ମିକାଙ୍କ ପାଖକୁ ଯାଇ ତାଙ୍କୁ ସାହାଯ୍ୟ କରିବେ ବୋଲି କହୁଥିବା ଦେଖାଯାଇଛି ।

 

View this post on Instagram

 

Mika Singh arrested in Dubai | Rakhi Sawant surprised Reaction Watch full video on my YouTube channel link in bio

A post shared by Rakhi Sawant (@rakhisawant2511) on


ଭିଡିଓରେ, “ମିକା ତୁମେ ଏତେ ଲଫ୍‌ଡ଼ା କରୁଛ, ମୁଁ ଏବେ ଦୁବାଇ ଭିସା ଖୋଜୁଛି ତୁମକୁ ମୁକୁଳାଇବା ପାଇଁ । ତୁମେ ଜାଣିଛ ନା ଏ ମୁମ୍ବାଇ ପୁଲିସ ନୁହଁନ୍ତି, ଦୁବାଇ ପୁଲିସ । ୧୦ ବର୍ଷ ପୂର୍ବରୁ ଯେତେବେଳେ ମୁଁ ମୁମ୍ବାଇ ପୁଲିସ ଆଗରେ ଅଭିଯୋଗ କରିଥିଲି । ସେତେବେଳେ ପୁଲିସ କିଛି କରି ପାରି ନଥିଲା । କିନ୍ତୁ ଦୁବାଇ ପୁଲିସ ବହୁତ କଠୋର । ତୁମର ଅସୁବିଧା କ’ଣ? ତୁମେ କ’ଣ ପାଇଁ ୧୭ ବର୍ଷୀୟା ଜଣେ ଯୁବତୀ ସହ ଏପରି କରୁଥିଲ? ମୋତେ ବହୁତ କଷ୍ଟ ହେଉଛି । ତୁମେ କ’ଣ ପାଇଁ ଝିଅମାନଙ୍କ ସହ ଏଭଳି ବ୍ୟବହାର କରୁଛ” ବୋଲି ରାକ୍ଷୀ କହୁଥିବା ଦେଖାଯାଇଛି। ସୂଚନା ମୁତାବକ, ମିକା ୟୁଏଇକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ । ଏହି ସମୟରେ ଜଣେ ବ୍ରାଜିଲିୟନ ମଡେଲ ମିକାଙ୍କ ଉପରେ ଆପତ୍ତିଜନକ ଫଟୋ ପଠାଇବାର ଅଭିଯୋଗ ଆଣିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More