Only for Entertainment

ଖୁବ କାନ୍ଦିବା ପରେ ନିଜ କାର୍ଟୁନକୁ ନେଇ ଟ୍ରୋଲ ହେଲେ ରାଖୀ, ୟୁଜର୍ସ କହିଲେ କିଛି ଏଭଳି !

24

ଅଭିନେତ୍ରୀ ଏବଂ ଡାନ୍ସର ରାଖୀ ସାୱନ୍ତ ଅନେକ ସମୟରେ ନିଜର ହରକତ କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ରାଖୀ ସମସ୍ତ ବିଷୟରେ ନିଜ ମନ୍ତବ୍ୟ ରଖିଥାଆନ୍ତି । ସେ କାହା ଉପରେ କମେଂଟ ହେଉ କି ନିଜ ରାଜନୀତି ପାର୍ଟି ବନାଇବା ବିଷୟରେ କହି ମିଡିଆକୁ ନିଜ ଆଡକୁ ଆକର୍ଶିତ କରିବା ତାଙ୍କୁ ଠିକ ଜଣା । ନିକଟରେ ରାଖୀ ନିଜ ଇନଷ୍ଟାଗ୍ରାମ ଅକାଉଂଟରେ ନିଜ କାର୍ଟୁନ ଶେୟାର କରିଥିଲେ । ଯାହା ପରେ ୟୁଜର୍ସ ତାଙ୍କର ଖୁବ ମଜାକ ଉଡାଇଛନ୍ତି ।

  ରାଖୀ ଏକାସହ ନିଜ ଭଳି ଦେଖାଯାଉଥିବା କାର୍ଟୁନ ଶେୟାର କରିଛନ୍ତି । ରାଖୀଙ୍କ ଏହି ଫଟୋରେ ଭିନ୍ନ ଭିନ୍ନ କମେଂଟ ଆସୁଛି । ଜଣେ ୟୁଜର୍ସ ଲେଖିଛନ୍ତି ରାଖୀ ତୁମର ଅସଲି ମୁହଁ ବିଲକୁଲ ଏହିଭଳି । ସେହିଭଳି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ବିନା ମେକଅପରେ ତୁମେ ଏମିତି ହିଁ ଦେଖାଯାଅ ।

ଏଠାରେ ଆମେ କହି ରଖୁଛୁ ଯେ ସୋସିଆଲ ମିଡିଆରେ ଅନେକ ସମୟରେ ନିଜ ଫଟୋ ଶେୟାର କରନ୍ତି । ରାଖୀ କେବେ ବି ନିଜ ବିବାହକୁ ନେଇ ତ କେବେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ବିଗତ ଦିନରେ ରାଖୀ ଖୁବ ଶୀଘ୍ର ଦୀପକ କଲାଲଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ପାଇଁ ଚର୍ଚ୍ଚାରେ ଥିଲେ କିନ୍ତୁ ଏଭଳି କିଛି ନଥିଲା । ଲୋକମାନେ ତାଙ୍କ ବିଷୟରେ କଣ ଭାବନ୍ତି କଣ କୁହନ୍ତି ଏସବୁ ତାଙ୍କୁ କିଛି ଫରକ ପଡେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More