Only for Entertainment

ବଲିଉଡର ୫ ଯୋଡି, ପରଦାରେ କେବେ ଭାଇ-ଭଉଣୀ ତ କେବେ ଲଭର ଭୂମିକାରେ ଆସିଛନ୍ତି ନଜର ।

Bollyworm
0 39

ରକ୍ଷା ବନ୍ଧନ ଅବସରରେ ଆମେ ବଲିଉଡର ଏପରି କିଛି ଯୋଡିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ପରଦାରେ ଭାଇ-ଭଉଣୀ ସହିତ ଲଭର ଭୂମିକାରେ ମଧ୍ୟ ନଜର ଆସିଛନ୍ତି । ଏପରିକି ବଲିଉଡର ବଡ ବଡ ଷ୍ଟାର ପ୍ରଥମେ ଲଭର ଭୂମିକାରେ ନଜର ଆସିଥିଲେ ମଧ୍ୟ ପରେ ଭାଇ-ଭଉଣୀ ଭୂମିକାରେ ଅଭିନୟ କରିବା ପାଇଁ ପଛଘୁଞ୍ଚା ଦେଇନାହାଁନ୍ତି ।

  • ରଣବୀର ସିଂ – ପ୍ରିୟଙ୍କା ଚୋପ୍ରା
    ବଲିଉଡ ଷ୍ଟାର ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଯୋଡି ପ୍ରଥମେ ଫିଲ୍ମ ‘ଦିଲ ଧଡକନେ ଦୋ’ରେ ଭାଇ-ଭଉଣୀ ରୋଲରେ ନଜର ଆସିଥିଲେ । ଏହି ଫିଲ୍ମରେ ଅନୁଷ୍କା ଶର୍ମାଙ୍କୁ ରଣବୀରଙ୍କ ପ୍ରେମୀକା ଭୂମିକାରେ ଦେଖିବାକୁ ମିଳିଥିଲା । କିନ୍ତୁ ପରେ ରଣବୀର ସିଂ ଏବଂ ପ୍ରିୟଙ୍କା ‘ବାଜିରାଓ ମସ୍ତାନୀ’ରେ ପତି ପତ୍ନୀ ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତିତ ‘ଗୁଣ୍ଡେ’ରେ ମଧ୍ୟ ଦୁହେଁ ଲଭର ଭାବେ ନଜର ଆସିଥିଲେ ।
  • ଦୀପିକା ପାଦୁକୋନ- ଅର୍ଜୁନ ରାମପାଲ
    ଦୀପିକା ପାଦୁକୋନ ଏବଂ ଅର୍ଜୁନ ରାମପାଲଙ୍କ ଯୋଡି ଫିଲ୍ମ ‘ହାଉସଫୁଲ-୨’ରେ ଭାଇ-ଭଉଣୀ ରୋଲରେ ଅଭିନୟ କରିଥିଲେ । ଏହା ପୂର୍ବରୁ ଦୁହେଁ ‘ଓମ ଶାନ୍ତି ଓମ’ରେ ପତି ପତ୍ନୀ ଭୂମିକାରେ ନଜର ଆସିଥିଲେ ।
  • ଦୀପିକା ପାଦୁକୋନ-ଜନ ଆବ୍ରାହମ
    ଦୀପିକା ପାଦୁକୋନ ଜନ ଆବ୍ରାଦମଙ୍କ ସହିତ ମଧ୍ୟ ଭାଇ-ଭଉଣୀ ଏବଂ ଲଭର ଭୂମିକାରେ ନଜର ଆସିଛନ୍ତି । ଫିଲ୍ମ ‘ଦେଶୀ ବଏଜ’ରେ ଦୁହେଁ ଲଭର ଏବଂ ‘ରେସ-୨’ରେ ଭାଇ-ଭଉଣୀ ଭାବେ ନଜର ଆସିଥିଲେ ।
  • ଶାହରୁଖ ଖାନ- ଐଶ୍ୱର୍ଯ୍ୟା ରାୟ ବଚ୍ଚନ
    ବଲିଉଡର ଦୁଇ ବଡ ଷ୍ଟାର ଶାହରୁଖ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ଫିଲ୍ମ ‘ଜୋଶ’ରେ ଭାଇ-ଭଉଣୀ ଭୂମିକାରେ ନଜର ଆସିଛନ୍ତି । କିନ୍ତୁ ପପୁଲାର ଫିଲ୍ମ ‘ମହୋବତେଁ’ରେ ଶାହରୁଖ ଏବଂ ଐଶ୍ୱର୍ଯ୍ୟା ପ୍ରେମୀ ଭାବେ ନଜର ଆସିଥିଲେ ।
  • ସଲମାନ ଖାନ- ନୀଲମ
    ବଲିଉଡ ସୁପରଷ୍ଟାର ସଲମାନ ଖାନ ମଧ୍ୟ ଅଭିନେତ୍ରୀ ନୀଲମଙ୍କ ସହିତ ଭାଇ-ଭୁଣୀ ଏବଂ ପ୍ରେମୀ ଭୂମିକାରେ ଅଭିନୟ କରିଛନ୍ତି । ଦୁହେଁ ‘ହମ ସାଥ ସାଥ ହେଁ’ ରେ ଭାଇ ଭଉଣୀ ଏବଂ ୧୯୯୨ରେ ରିଲିଜ ହୋଇଥିବା ଫିଲ୍ମ ‘ଏକ ଲଡକା ଏକ ଲଡକୀ’ରେ ଲଭର ଭାବେ ନଜର ଆସିଥିଲେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More