Only for Entertainment

ରାକ୍ଷୀରେ ମହିଳାଙ୍କ ପାଇଁ ଭାରତୀୟ ରେଲୱେ ଚଳାଇବ ସ୍ପେଶାଲ ଟ୍ରେନ, ୟୁପି ସରକାର କରାଇବେ ମାଗଣା ଯାତ୍ରା !

0 34

ଚଳିତ ବର୍ଷ ରକ୍ଷାବନ୍ଧନ ୨୬ଅଗଷ୍ଟରେ ପାଳନ କରାଯିବ । ଭାଇ-ଭଉଣୀ ପ୍ରତି ବର୍ଷ ଏହି ପର୍ବକୁ ଖୁବ ଅପେକ୍ଷା କରିଥାଆନ୍ତି । ଭାଇକୁ ଭଉଣୀ ଏହି ପର୍ବରେ ରାକ୍ଷୀ ବାନ୍ଧି ଥାଆନ୍ତି ଏବଂ ଭାଇ ନିଜ ସାମର୍ଥ୍ୟ ଅନୁସାରେ ଭଉଣୀକୁ କିଛି ଉପହାର ଦେଇ ରକ୍ଷା ବଚନ ଦେଇଥାଏ । ଏହି ମଉକାରେ ଦିଲ୍ଲୀ ଡିଭିଜନ ସ୍ପେଶାଲ ଗିଫ୍ଟର ପ୍ଲାନ କରିଛନ୍ତି ।

ଏହି ଦିନ ରେଲୱେ ମହିଳା ମାନଙ୍କ ପାଇଁ ସ୍ପେଶାଲ ଟ୍ରେନ ଚଲାଇବାକୁ ଯାଉଛନ୍ତି । ରେଲୱେଙ୍କ କହିବା ମୁତାବକ ଏହି ଟ୍ରେନ ଜରିଆରେ ମହିଳା ମାନେ ଟ୍ରେନରେ ବସି ନିଜ ଭାଇଙ୍କ ପାଖକୁ ଆରାମ ଏବଂ ଶୀଘ୍ର ପହଂଚି ପାରିବେ । ଏହିକାରଣରୁ ଏହି ସ୍ପେଶାଲ ଟ୍ରେନରେ ରାକ୍ଷୀରେ ଚାଲିବ । ରାକ୍ଷୀ ଦିନରେ ଅନେକ ଭିଡ ଥିବା କାରଣରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରେଲୱେ ଅଧିକାରୀ ।

ୟୁପି ସରକାର ଏଥର ମହିଳାଙ୍କ ପାଇଁ ରକ୍ଷା ବନ୍ଧନ ଦିନରେ ମାଗଣା ବସ ଯାତ୍ରାର ଉପହାର ଦେବାକୁ ଯାଉଛନ୍ତି । ପରିବହନ ନିଗମ ପ୍ରବନ୍ଧନ ଏଥର ମହିଳାଙ୍କ ପାଇଁ ଏହିଭଳି ସୁବିଧା ଉପଲବ୍ଧ କରାଇଛନ୍ତି । ୨୫ଅଗଷ୍ଟ ମଧ୍ୟରାତ୍ରିରୁ ୨୬ଅଗଷ୍ଟ ରାତି ୧୨ଟା ଯାଏଁ ଏହି ସ୍ପେଶାଲ ଟ୍ରେ,ନ ଚାଲିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More