Only for Entertainment

ଏନଟିଆରଙ୍କ ବାୟୋପିକରେ ରହିବ ‘ଚାନ୍ଦନୀ’ଙ୍କ କାହାଣୀ, ଏହି ବୋଲ୍ଡ ଅଭିନେତ୍ରୀ କରିବେ ଶ୍ରୀଦେବୀଙ୍କ ରୋଲ ।

Box Office India
0 38

ସାଉଥ ଅଭିନେତା ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଏନଟିଆରଙ୍କ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଶୁଣିବାକୁ ମିଳିଛି ଯେ ଫିଲ୍ମରେ ବିଦ୍ୟା ବାଲନ ଅଭିନୟ କରିବେ । ଏନଟିଆରଙ୍କ ବାୟୋପିକରେ ବିଦ୍ୟା ବାଲନ ଟଲିଉଡରେ ଡେବ୍ୟୁ କରିବେ ।

NTR

ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅଭିନେତା ନନ୍ଦମୁରୀ ବାଲକୃଷ୍ଣ । ଫିଲ୍ମର ବଜେଟ ପାଖାପାଖି ୫୦ କୋଟି ରହିଛି । କିନ୍ତୁ ଫିଲ୍ମରେ ବିଦ୍ୟାଙ୍କ ବ୍ୟତିତ ଆଉ ଏକ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ସେ ଫିଲ୍ମରେ ଶ୍ରୀଦେବୀଙ୍କ ଭୂମିକାରେ ନଜର ଆସିବେ ।

vidya

ଖବର ଅନୁସାରେ ଫିଲ୍ମରେ ଶ୍ରୀଦେବୀଙ୍କ ଭୂମିକାରେ ଅଭିନୟ କରିବା ପାଇଁ ରାକୁଲ ପ୍ରିତଙ୍କ ସହିତ ଆଲୋଚନା କରାଯାଉଛି । ଶୁଣିବାକୁ ମିଳୁଛି ଯେ ଏହି ଅଫର ମିଳିବା ପରେ ରକୁଲ ବହୁତ ଖୁସୀ ଥିଲେ । କିନ୍ତୁ ତାଙ୍କୁ ଡେଟ ସମସ୍ୟା ହୋଇପାରେ । କିନ୍ତୁ ଏଥିପାଇଁ ତାଙ୍କ ସହିତ ଏବେ ଆଲୋଚନା ଚାଲୁଛି ।

rakul

ବାଲକୃଷ୍ଣ ଅନେକ ସମୟରୁ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଚାହୁଁଥିଲେ । ସେଥିପାଇଁ ଏହି ପ୍ରୋଜେକ୍ଟ ତାଙ୍କର ଡ୍ରିମ ପ୍ରୋଜେକ୍ଟ । ତାଙ୍କର କହିବା ଅନୁସାରେ ନିଜ ସ୍ୱପ୍ନକୁ ପୁରା କରିବା ପାଇଁ ଏହା ଠାରୁ ଭଲ ଫିଲ୍ମ ଆଉ ହୋଇପାରିବ ନାହିଁ ।

ଫିଲ୍ମର କାହାଣୀ ଏନଟିଆର ଙ୍କ ଜୀବନ ଉପରେ ଆଧାରିତ । ଏକାଧାରାରେ ସେ ଜଣେ ଅଭିନେତା, ଜଣେ ପ୍ରଡ୍ୟୁସର, ଜଣେ ନିର୍ଦ୍ଦେଶକ, ଏଡିଟର ଏବଂ ଜଣେ ରାଜନେତା । କେବଳ ଏତିକି ନୁହେଁ ସେ ୭ ବର୍ଷ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More