Only for Entertainment

ଏନଟିଆରଙ୍କ ବାୟୋପିକରେ ନଜର ଆସିବେ ରକୁଲପ୍ରୀତ ସିଂ, ତୁଲାଇବେ ଶ୍ରୀଦେବୀଙ୍କ ଭୂମିକା !

30

ସାଉଥର ଅନ୍ୟତମ ବହୁପ୍ରତିକ୍ଷିତ ଫିଲ୍ମ ଏନଟିଆର ବାୟୋପିକର ସୁଟିଂ ଆରମ୍ଭ ହୋଇସାରିଛି । ଫିଲ୍ମରେ ଶ୍ରୀଦେବୀଙ୍କ ଭୂମିକାରେ ନଜର ଆସିବେ ୟଙ୍ଗ ସେନସେସନ ରକୁଲପ୍ରୀତ । ଏବେ ରକୁଲ ନିଜ ଇନଷ୍ଟାଗ୍ରାମ ପେଜରେ ନିଜର ଫାଷ୍ଟ ଲୁକକୁ ପୋଷ୍ଟ କରିଛନ୍ତି । ଶ୍ରୀଙ୍କ ଲୁକକୁ ନକଲ କରିବା ପରେ ରକୁଲ କିଛି ଏହି ପ୍ରକାର ନଜର ଆସିଛନ୍ତି ।

ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସୁଟିଂରୁ କିଛି ଦିନ ଲାଗି ସେ ବିରତି ନେଇଛନ୍ତି । ରକୁଲଙ୍କ ଜନ୍ମଦିନ ଅବସରରେ ଏହି ଫଟୋକୁ ପୋଷ୍ଟ କରାଯାଇଛି । ଅନ୍ୟପଟେ ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି ରକୁଲପ୍ରୀତ । କାରଣ ନିଜ ପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଭୂମିକାରେ ସେ ଅଭିନୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More