Only for Entertainment

ରାମ ଲଖନ ରିମେକରେ ଏହି ଦୁଇ ଷ୍ଟାର୍ସଙ୍କ ଯୋଡ଼ିକୁ ଦେଖିବା ପାଇଁ ଚାହାଁନ୍ତି ସୁଭାଷ ଘଇ ।

india tv
0 44

ଫିଲ୍ମ ନିର୍ମାତା ସୁଭାଷ ଘଇଙ୍କ କହିବା ଅନୁସାରେ ଚଳିତ ଦିନରେ ରଣବୀର କପୁର ଏବଂ ବରୁଣ ଧାୱନଙ୍କ ଭଳି କେତେକ ଭଲ ଅଭିନେତା ଅଛନ୍ତି ଯେଉଁମାନେ ୧୯୮୯ରେ ଆସିଥିବା ଫିଲ୍ମ ‘ରାମ ଲଖନ’ ରିମେକରେ ଅଭିନୟ କରିପାରିବେ । ପ୍ରଥମେ ଖବର ଥିଲାଯେ ରୋହିତ ସେଟ୍ଟୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଏବଂ କରଣ ଜୋହର ଏହାର ନିର୍ମାଣ କରିବେ । କିନ୍ତୁ ଏବେ ଏହା ବିଷୟରେ କିଛି ଖବର ଆସିନାହିଁ । ରୋହିତଙ୍କ କହିବା ଅନୁସାରେ ଏଥିରେ ଦୁଇଜଣ ହିରୋକୁ ନେଇ କରାଯାଉଥିବା ଫିଲ୍ମରେ ଯୁବ ଅଭିନେତା ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏହା ବ୍ୟତୀତ ରାମ ଲଖନରେ ଜ୍ୟାକି କରିଥିବା ଚରିତ୍ର ବ୍ୟତୀତ ଅନିଲ କପୁର କରିଥିବା ଚରିତ୍ରରେ ଅଭିନୟ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି ।

ଫିଲ୍ମ ବିଳମ୍ବ ହେବାର କାରଣ ପଚାରିବାରୁ ସୁଭାଷ କହିଲେଯେ ବାସ୍ତବ ଫିଲ୍ମ ଠାରୁ ରିମେକକୁ ବେଷ୍ଟ ଦେବା ପାଇଁ ସମୟର ଆବଶ୍ୟକତା ରହିଛି । କରଣ ଏବଂ ରୋହିତ ଖୁବ ଦାୟିତ୍ୱବାନ ବ୍ୟକ୍ତି । ତେଣୁ ସେ ଭାବିଚିନ୍ତି ଏହାକୁ ନିର୍ମାଣ କରିବେ ।

ରୋହିତ ସେଟ୍ଟୀ ଖୁବ ଶୀଘ୍ର ରଣବୀରଙ୍କ ସହିତ ତାଙ୍କର ଆଗାମୀ ଫିଲ୍ମ ‘ସିମ୍ବା’କୁ ସୁ୍ଟିଂ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More