Only for Entertainment

କ୍ଲିନିକ ବାହାରେ ଏକାଠି ନଜର ଆସିଲେ ରଣବୀର ଏବଂ ଆଲିୟା !

40

ବଲିଉଡର ନୂଆ ପ୍ରେମ ପକ୍ଷୀ ରଣବୀର କପୂର ଏବଂ ଆଲିୟା ଆଜିକାଲି ଏକାସହ ନଜର ଆସୁଛନ୍ତି । ୨-୩ଦିନ ପୂର୍ବେ ଦୁହେଁ ସୁଟିଂରେ ବ୍ୟସ୍ତ ପରେ ପଂଚ ତାରକା ହୋଟେଲରେ ଏକାସହ ନଜର ଆସିଥିଲେ । ଏହାପରେ କାଲି ରାତିରେ ଦୁହିଁଙ୍କୁ ଏକ ଡାକ୍ତର କ୍ଲିନିକ ବାହାରେ ଦେଖିବାକୁ ମିଳିଥିଲା ।

ସୁଟିଂ ସମୟରେ ଆଲିୟାଙ୍କୁ ଆଘାତ ଲାଗିଛି, ଏହିକାରଣ ହୁଏତ ରଣବୀର ଜଣେ କେୟାରିଂ ବୟଫ୍ରେଣ୍ଡ ଭାବେ କ୍ଲିନିକ ନେଇ ଯାଇଥିଲେ । ଦୁହିଁଙ୍କୁ ବାନ୍ଦ୍ରାସ୍ଥିତ କ୍ଲିନିକ ପାଖେ ସ୍ପଟ କରାଯାଇଥିଲା ଏବଂ ଏହାପରେ ଦୁହେଁ କୁଆଡେ ଗାୟବ ହୋଇଯାଇଥିଲେ । ଦୁହେଁ ଖୁବ କାଜୁଆଲ କପଡା ପିନ୍ଧିଥିଲେ ଏବଂ ଚେହେରାରେ ଥକାପଣ ମଧ୍ୟ ନଜର ଆସୁଥିଲା । ଦୁହେଁ କ୍ୟାମେରାକୁ ନ ଚାହିଁ ସେଠାରୁ ଚାଲି ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More