Only for Entertainment

ଗଲ୍ଲି ବୟ ରଣବୀରପାଇଁ ଆଲିୟା ଭଟ୍ଟ ଝିଅର ମୁଣ୍ଡରେ ପିଟିଲେ ବୋତଲ, କହିଲେ – ପ୍ରେମରେ ଦଖଲ ବରଦାସ୍ତ ନୁହେଁ !

22

ରିଲିଜ୍ ହେଲା ଗଲ୍ଲି ବୟର ପ୍ରଥମ ଟ୍ରେଲର୍ । ଦେଖିବାକୁ ମିଳିଲା ରଣବୀର୍ ସିଂଙ୍କ ଦମଦାର୍ ଅନ୍ଦାଜ୍ । ଫିଲ୍ମରେ ଜଣେ ବସ୍ତି ଅଂଚଳର ପିଲା ଭାବେ ନଜର ଆସିବେ ରଣବୀର । ଯିଏ ସ୍ୱପ୍ନ ଦେଖେ ଜଣେ ର‌୍ୟାପର୍ ହେବାର । ଆଉ ଏଥିପାଇଁ ତାକୁ କରିବାକୁ ପଡେ ଢେର୍ ମେହନତ୍ । ସିନେମାରେ ରଣବୀରଙ୍କୁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ରୋମାନ୍ସ କରିବାର ଦେଖିବାକୁ ମିଳିବ ।

‘ଗଲ୍ଲି ବୟ’ରେ ଶୁଣିବାକୁ ମିଳିବ ଅଭିନେତା ରଣବୀର୍ ସିଂଙ୍କ ର‌୍ୟାପ୍ । ଏହି ସିନେମା ପାଇଁ ର‌୍ୟାପର୍ ସାଜିଲେ ରଣବୀର୍ । ଫିଲ୍ମରେ ରଣବୀରଙ୍କୁ ସ୍ଲମ୍ ଏରିଆର୍ ଜଣେ ସାଧାରଣ ଯୁବକ ଭାବେ ଦେଖିବାକୁ ମିଳିବ । ଯିଏ କି ର‌୍ୟାପ୍ କରିବାକୁ ଭଲ ପାଏ । ଆଉ ନିଜର ଏହି ଟ୍ୟାଲେଂଟ୍ ପାଇଁ ସାଙ୍ଗ ସାଥି ଓ ପରେ ସବୁଠି ପପୁଲାର୍ ହେଉଛି ଗଲ୍ଲି ବୟ । ନିର୍ଦ୍ଦେଶକ ଜୋୟା ଅଖତର୍ଙ୍କ ଏହି ସିନେମାଟି ମୁମ୍ବାଇର ସ୍ଲମ୍ ଏରିଆରେ ରହୁଥିବା ଜଣେ ସାଧାରଣ ଯୁବକକୁ ନେଇ ଗତିଶୀଳ ହୋଇଛି । ଶୁଣିବାକୁ ମିଳୁଛି ମୁମ୍ବାଇ ଧାରାବି ବସ୍ତିରେ ରହୁଥିବା ଦୁଇ ଜଣ ଯୁବକ ନେଜି ଓ ଡିଭାଇନଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ଗଲ୍ଲିବୟର କାହାଣୀ ଗତିଶୀଳ ହୋଇଛି ।

ସିନେମାରେ ରଣବୀର୍, ଆଲିଆଙ୍କ ବ୍ୟତୀତ କଳକୀ କୋଚଲିନ୍, ଆକାଶ ଥୋସାର୍, ବିଜୟ ବର୍ମା, ବିଜୟ ରାଜ୍, ଅମୃତ ଶୁଭାଶ, ଡିଭାଇନ୍, ସୁରଭିନ୍ ଚାୱଲା ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ । ଫରହାନ୍ ଅଖତର , ରିତେଶ ସିଦ୍ଧୱାନିଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଜୋୟା ଅଖତର୍ । ୧୪ ଫେବୃୟାରି ରେ ମୁକ୍ତିଲାଭ କରିବ ଗଲ୍ଲି ବୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More