Only for Entertainment

ରୋମାଂଟିକ ପରଫର୍ମାନ୍ସ ଦେବା ପରେ ପରସ୍ପର ହାତ ଧରି ଆୱାର୍ଡ ଶୋ’ରୁ ବାହାରିଲେ ରଣବୀର-ଆଲିୟା !

26

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଏବଂ ରଣବୀର କପୁର କିଛି ଦିନ ହେବ ଅଫେୟାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । ମଙ୍ଗଳବାର ରାତିରେ ଜି ସିନେ ଆୱାର୍ଡସ ୨୦୧୯ରେ ପହଂଚିଥିଲେ ଏହି କପଲ ଏବଂ ଷ୍ଟେଜରେ ନିଜର ଯାଦୁ ବିଛାଇ ଦେଇଥିଲେ । ଦୁହିଁଙ୍କୁ ଆୱାର୍ଡ ଶୋ’ ପରେ ହାତରେ ହାତ ଧରି ଯିବାର ସ୍ପଟ କରାଯାଇଥିଲା ।

ଦୁହିଁଙ୍କ ରୋମାଂଟିକ କେମେଷ୍ଟ୍ରି ପରିଷ୍କାର ନଜର ଆସିଥିଲା । ଦୁହେଁ ଷ୍ଟେଜରେ ପରଫର୍ମ କରିଥିଲେ ଏବଂ ସମସ୍ତଙ୍କ ସାମ୍ନାରେ ଦୁହିଁଙ୍କ ରୋମାନ୍ସ ଦେଖିବାକୁ ମିଳିଥିଲା ।


ଦୁହେଁ ଷ୍ଟୁଡେଂଟ ଅଫ ଦ ଇୟରର ରୋମାଂଟିକ ଗୀତରେ ଡ୍ୟାନ୍ସ କରିଥିଲେ । ଆଲିୟାଙ୍କୁ ନିଜ ବାହୁବନ୍ଧନରେ ନେଇ ରଣବୀର କପୁର ଖୁବ ଖୁସି ନଜର ଆସିଥିବା ଦେଖିବାକୁ ମିଳିଛି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଆଲିୟା ଫିଲ୍ମ କଳଙ୍କ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଆଲିୟାଙ୍କ ବ୍ୟତୀତ ବରୁଣ ଧୱନ, ମାଧୁରୀ ଦିକ୍ଷୀତ, ସଂଜୟ ଦତ୍ତ, ଆଦିତ୍ୟ ରୟ କପୂର ଏବଂ ସୋନାକ୍ଷୀ ସିନ୍ହା ମୁଖ୍ୟ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More