Only for Entertainment

ପୁଣିଥରେ ବଡ ପରଦାରେ ନଜର ଆସିବେ ରଣବୀର କପୁର ଏବଂ ଅଜୟ ଦେବଗନ

zee news
0 58

ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଜୟ ଦେବଗନ ପୁଣିଥରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଏହି ଦୁଇ ଅଭିନେତା ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ସହିତ ଆଗାମୀ ଫିଲ୍ମରେ କାମ କରିବା ପାଇଁ ଯାଉଛନ୍ତି । ପୂର୍ବରୁ ରଣବାର ଏବଂ ଅଜୟ ଫିଲ୍ମ ‘ରାଜନୀତି’ରେ ନଜର ଆସିଥିଲେ । ଫିଲ୍ମରେ ଦୁହିଁଙ୍କୁ ସାବତ ଭାଇ ଭୂମିକାରେ ଦେଖିବାକୁ ମିଳିଥିଲା ।

ଲଭ ରଞ୍ଜନ ଶେଷ ଥର ପାଇଁ ‘ସୋନୁ କେ ଟିଟୁ କି ସ୍ୱିଟି’ରେ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଥିଲେ । ‘ସୋନୁ କେ ଟିଟୁ କି ସ୍ୱିଟି’ ପରେ ଲଭ ରଞ୍ଜନ ଏବେ ଆଗାମୀ ଫିଲ୍ମର ପ୍ରସ୍ତୁତି ଚଳାଇଛନ୍ତି । ନିଜର ଆଗାମୀ ଫିଲ୍ମରେ ସେ ରଣବୀର କପୁର ଏବଂ ଅଜୟ ଦେବଗନଙ୍କୁ ନେବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।


ଏହି ନିର୍ଣ୍ଣୟ ପରେ ଅଜୟ କହିଛନ୍ତି ରଣବୀର ଜଣେ ଭଲ ଅଭିନେତା । ସେ ସବୁବେଳେ ଭଲ ପଫମାନ୍ସ ଦେଇଥାନ୍ତି ଏବଂ ଆମ ପିଢିର ସବୁଠାରୁ ଟ୍ୟାଲେଣ୍ଟେଡ ଅଭିନେତା । ସେହିପରି ଅନ୍ୟପକ୍ଷରେ ରଣବୀର ମଧ୍ୟ ଏହି ଫିଲ୍ମକୁ ନେଇ ଖୁସି ଅଛନ୍ତି । ଅଜୟଙ୍କ ସହିତ ଆଉଥରେ କାମ କରିବା ପାଇଁ ଏକ୍ସାଇଟେଡ ଅଛନ୍ତି ବୋଲି ରଣବୀର କହିଛନ୍ତି । ଏହି ଫିଲ୍ମର ସୁଟିଂ ଆଗାମୀ ବର୍ଷ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More