Only for Entertainment

ବିବାହ ପରେ ଏକ୍ସ ବୟଫ୍ରେଣ୍ଡ ରଣବିର କପୁରଙ୍କ ସହିତ ସ୍କ୍ରିନ ସେୟାର କରିବେ ଦୀପିକା, ଏହା ହେଉଚି ପ୍ରୋଜେକ୍ଟ

Hindustan Times
34

ପରଦାକୁ ଫେରିବ ସୁପରହିଟ୍ ଯୋଡି ରଣବିର୍ କପୁର ଓ ଦୀପିକା ପାଦୁକୋଣ । ଏହି ଖବର ଏବେ ସବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁହିଁଙ୍କ କେମେଷ୍ଟ୍ରୀକୁ ଦର୍ଶକେ ବଡ ପରଦାରେ ଢେର୍ ଉପଭୋଗ କରୁଥିବା ବେଳେ ଏମାନଙ୍କ ଯୋଡି ବଚନା ଏ ହସିନୋ, ୟେ ଜୱାନି ହୈ ଦିୱାନି, ତମାସା ଭଳି ସୁପରହିଟ୍ ସିନେମା ଭେଟି ଦେଇଛି । ଆଉ ଏବେ ପୁଣିଥରେ ପରଦାକୁ ଫେରିବାକୁ ଯାଉଛି ଏହି ଯୋଡି ।

ranbir

ନିର୍ଦ୍ଦେଶକ ଲଭ୍ ରଂଜନଙ୍କ ଆଗାମୀ ଫିଲ୍ମରେ ଏହି ଯୋଡି ପୁଣିଥରେ କମାଲ୍ ଦେଖାଇବାକୁ ଯାଉଛନ୍ତି । ଫିଲ୍ମରେ ଅଜୟ ଦେବଗନଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ଖୁବଶୀଘ୍ର ଏହି ସିନେମାର ସୁଟିଂ ଆରମ୍ଭ ହେବ । ତେବେ ଦୀପିକା ନିଜ ବିବାହ ପରେ ପ୍ରଥମ ଥର ପାଇଁ ଏକ୍ସ ବୟଫ୍ରେଣ୍ଡ ରଣବିର କପୁରଙ୍କ ସହିତ ସ୍ତ୍ରିନ ସେୟାର କରିବେ । ଦୀପିକା ଏବେ ନିଜର ବୌବାହିକ ଜୀବନକୁ ଏନଜୟ କରୁଥିବାବେଳେ, ରଣବିର୍ ଏବେ ଆଲିଆଙ୍କ ସହ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ଦୁହିଁଙ୍କ ୱର୍କଫିଟ ବିଷୟରେ କହିବାକୁ ଗଲେ ରଣବୀର ଏବେ ନିଜର ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଫିଲ୍ମରେ ତାଙ୍କ ବ୍ୟତିତ ଆଲିଆ ଭଟ୍ଟ, ଅମିତାଭ ବଚ୍ଚ ଏବଂ ମୌନୀ ରୟଙ୍କ ପରି କଳାକରଙ୍କୁ ଦେଖିବାକୁ ମିଳିବ । ସେହିପରି ଦୀପିକା ନିଜର ଆଗାମୀ ପ୍ରୋଜେକ୍ଟ ଛପାକର ସୁଟିଂ ଆରମ୍ଭ କରିବେ । ଫିଲ୍ମରେ ସେ ଜଣେ ଏସିଡ ପିଡିତାଙ୍କ ଭୂମିକାରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More