Only for Entertainment

ଖୁବ ଶୀଘ୍ର ଲଭ ରଂଜନଙ୍କ ଫିଲ୍ମରେ ନଜର ଆସିବେ ଏହି ଏକ୍ସ କପଲ, ଦେଖିବାକୁ ମିଳିବ ପୁରୁଣା କେମେଷ୍ଟ୍ରୀ

google
19

ଏବେ ରଣବୀର କପୁର ଏବଂ ଦୀପିକା ପାକୁକୋନଙ୍କ ରାସ୍ତା ଅଲଗା ହୋଇଯାଇଛି ସତ କିନ୍ତୁ ଆଜି ମଧ୍ୟ ଲୋକେ ତାଙ୍କୁ ବଡ ପରଦାରେ ଦେଖିବା ପାଇଁ ପସନ୍ଦ କରିଥାନ୍ତି । ସେ ହିଭଳ ରଣବୀର ଦୀପିକା ମଧ୍ୟ ନିଜର ଭଙ୍ଗା ସମ୍ପର୍କକୁ କାମ ମଝିରେ ଆଣିବା ପାଇଁ ଚାହାଁନ୍ତି ନାହିଁ । ବ୍ରେକଅପ ପରେ ମଧ୍ୟ ଦୁହେଁ ତମାସା ପରି ଫିଲ୍ମରେ କାମ କରିଛନ୍ତି । ଏହି ଫିଲ୍ମ ପରେ ଫ୍ୟାନ୍ସ ଦୁହିଁଙ୍କୁ ବଡ ପରଦାରେ ପୁଣିଥରେ ଦେଖିବା ପାଇଁ ଚାହିଁ ରହିଛନ୍ତି । ଏବେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ତାଜା ଖବର ଅନୁସାରେ ଦୁହେଁ ଖୁବ ଶୀଘ୍ର ନିର୍ଦ୍ଦେଶକ ଲଭ ରଂଜନଙ୍କ ଫିଲ୍ମରେ ନଜର ଆସିପାରନ୍ତି ।

ଏପର୍ଯ୍ୟନ୍ତ ଶୁଣିବାକୁ ମିଳୁଥିଲା ଯେ ଲଭ ରଂଜନଙ୍କ ଏହି ଫିଲ୍ମରେ ଦୀପିକା ରଣବୀର କପୁରଙ୍କ ବ୍ୟତିତ ଅଜୟ ଦେବଗନ ମଧ୍ୟ ନଜର ଆସିବେ । ଏବେ କିନ୍ତୁ ଶୁଣିବାକୁ ମିଳୁଛି ଯେ, ଫିଲ୍ମରେ ଅଜୟ ଦେବଗନ ଆଉ ନଜର ଆସିବେ ନାହିଁ । ଅନ୍ୟପକ୍ଷରେ ରଣବୀର କପୁର ଏବଂ ଦୀପିକା ଫିଲ୍ମର ସୁଟିଂ ପାଇଁ ପେବୃଆରୀକୁ ଡେଟ ଫିକ୍ସ କରି ସାରିଛନ୍ତି । ଦୁହେଁ ନିକଟରେ ଏକ ଟିଭି ଆଡ୍ ରେ ନଜର ଆସିଥିଲେ । ଆଡ୍ ଫିଲ୍ମରେ ଦୁହିଁଙ୍କ କେମେଷ୍ଟୀ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା ।

ଫିଲ୍ମ ବିଷୟରେ କହିବାକୁ ଗଲେ ଦୀପିକା ଖୁବ ଶୀଘ୍ର ଫିଲ୍ମ ଛପାକରେ ନଜର ଆସିବେ । ଫିଲ୍ମରେ ସେ ଜଣେ ଏସିଡ ପିଡିତା ଭାବେ ନଜର ଆସିବେ । ସେହିପରି ରଣବୀର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More