Only for Entertainment

‘ସଂଜୁ’ର ପ୍ରଥମ ଗୀତ ‘ମେଁ ବଢିଆ ତୁ ବଢିଆ’ ରିଲିଜ, ଏହି ଅନ୍ଦାଜରେ ନଜର ଆସିଲେ ରଣବୀର

News Nation
0 66

ସଂଜୟ ଦତ୍ତଙ୍କ ବାୟୋପିକ ‘ସଂଜୁ’ର ଟ୍ରେଲର ପରେ ଫିଲ୍ମର ପ୍ରଥମ ଗୀତ ‘ମେଁ ବଢିଆ ତୁ ବଢିଆ’ ରିଲିଜ ହୋଇଛି । ଏହି ଗୀତରେ ରଣବୀର କପୁର ପ୍ରଥମଥର ପାଇଁ ମହିଳାଙ୍କ କଣ୍ଟସ୍ୱରରେ ଲିପସିଙ୍ଗ କରୁଥିବା ନଜର ଆସିଛନ୍ତି । ଏହି ଗୀତରେ ରଣବୀର କପୁର ଏବଂ ସୋନମ କପୁର ୧୦ ବର୍ଷ ପରେ ସ୍କ୍ରିନ ସେୟାର କରିଛନ୍ତି ।

ଗୀତରେ ରଣବୀର କପୁର ଏବଂ ସୋନମ କପୁର ୯୦ ଦଶକର ଲୁକରେ ନଜର ଆସିଛନ୍ତି । ଏହି ଗୀତରେ ରଣବୀରଙ୍କ ଏକ୍ସପ୍ରେସନ ଏବଂ ଡ୍ୟାନ୍ସ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ଗୀତରେ ରଣବୀର ଅବିକଳ ସଂଜୟ ଦତ୍ତଙ୍କ ପରି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ରୋହନ-ରୋହନ ଗୀତରେ ସଙ୍ଗୀତ ଦେଇଥିବା ବେଳେ ଲିରିକ୍ସ ଲେଖିଛନ୍ତି ପୁନିତ ଶର୍ମା ।
ଦେଖନ୍ତୁ ସଂପୂର୍ଣ୍ଣ ଗୀତ…

କିଛି ଦିନ ପୂର୍ବେ ରିଲିଜ ହୋଇଥିବା ସଂଜୁର ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୯ ଜୁନକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More