Only for Entertainment

ରଣବୀର କପୁରଙ୍କ ଖୁଲାସା, ଆଲିଆଙ୍କ ଆସିବା ପରେ ଜୀବନରେ ଆସିଛି ଅନେକ ପରିବର୍ତ୍ତନ ।

you tube
0 46

ବଲିଉଡ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା । କିନ୍ତୁ ଦୁହେଁ ନିଜ ରିଲେସନସିପକୁ ନେଇ ଏପର୍ଯ୍ୟନ୍ତ କିଛି କନଫର୍ମ କରିନାହାଁନ୍ତି । କିନ୍ତୁ କିଛି ଦିନ ପୂର୍ବେ ଆଲିଆଙ୍କୁ ରଣବୀରଙ୍କ ପରିବାର ସହିତ ଡିନର ଡେଟରେ ଦେଖିବାକୁ ମିଳିଥିଲା ।

ରଣବୀର ପ୍ରଥମରୁ ଆଲିଆଙ୍କ ପ୍ରତି ଥିବା ତାଙ୍କ ଭଲପାଇବାକୁ ସ୍ୱିକାର କରିସାରିଛନ୍ତି । ଏବେ ରଣବୀର ଆଲିଆଙ୍କ ଖୁବ ପ୍ରସଂଶା କରୁଥିବା ଦେଖିବାକୁ ମିଳିଛି । ଏକ ଇଣ୍ଟରଭ୍ୟୁରେ ରଣବୀର କହିଛନ୍ତି ଯେ ଆଲିଆ ତାଙ୍କ ଲାଇଫରେ ଆସିବା ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି ଏବଂ ସକରାତ୍ମକ ହୋଇଛି । ରଣବୀରଙ୍କ କହିବା ଅନୁସାରେ ଆଲିଆ ଖୁବ ପରିଶ୍ରମୀ ଏହା ସହିତ ଅନୁଶାସନ ପ୍ରିୟ । ଏହା ସହିତ ସେ କହିଛନ୍ତି ଆଲିଆ ଖୁବ ଏନର୍ଜିର ସହିତ କାମ କରିଥାନ୍ତି । ୧୦ ବର୍ଷ ମୁଁ ଇଣ୍ଡଷ୍ଟ୍ରୀରେ କାମ କରି ମୁଁ ଥକି ଯାଇଥିଲି । ଆଲିଆଙ୍କ ଆସିବା ପରେ ମୋତେ ଏକ ନୂଆ ଏନର୍ଜି ମିଳିଛି ।

Ranbir-Kapoor-Alia-bhatt-IANS

ଅନ୍ୟପକ୍ଷରେ ଆଲିଆ ମଧ୍ୟ ରଣବୀରଙ୍କ ପ୍ରସଂଶା କରିବାକୁ ପଛେଇନାହାଁନ୍ତି । ସେ ପ୍ରଥମରୁ କହିଥିଲେ ରଣବୀର କପୁର ତାଙ୍କୁ କ୍ରଶ ବୋଲି । ଆଲିଆଙ୍କୁ ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ସଂଜୁ’ର ଗୀତ ମଧ୍ୟ ଖୁବ ପସନ୍ଦ ଆସିଛି । ଏହାର ପ୍ରମାଣ ତାଙ୍କ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଦେଖିବାକୁ ମିଳିଥିଲା ।

କହିରଖୁଛୁ ଯେ ଦୁହେଁ ଆଗାମୀ ଫିଲ୍ମ ‘ବ୍ରହ୍ନାସ୍ତ୍ର’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ବ୍ୟତିତ ମହାନାୟକ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More