Only for Entertainment

ଫୁଟବଲ୍ ମ୍ୟାଚ ସମୟରେ ଆହତ ହେଲେ ରଣବୀର କପୁର, ଦେଖନ୍ତୁ ଭିଡିଓ

latestly
31

ବଲିଉଡର ଡ୍ୟାସିଂ ଅଭିନେତା ରଣବୀର କପୁର ଅନେକ ସମୟରେ ଫୁଟବଲ ମ୍ୟାଚ ଖେଳୁଥିବା ନଜର ଆସିଥାନ୍ତି । ମୁମ୍ବାଇର ଏକ ପ୍ଲେ ଗ୍ରାଉଣ୍ଡରେ ରଣବୀର ଅଭିଷେକ ବଚ୍ଚନଙ୍କ ସହିତ ନିଜର ଅନେକ ବନ୍ଧୁମାନଙ୍କ ସହିତ ଫୁଟବଲ ଖେଳର ମଜା ନେଇଥାନ୍ତି । ରବିବାର ମୁମ୍ବାଇରେ ଫୁଟବଲ ଖେଳୁଥିବା ସମୟରେ ରଣବୀର କପୁରଙ୍କ ଓଠରେ ଆଘାତ ବ ଲାଗିଛି ।

 

View this post on Instagram

 

Minor injury for #RanbirKapoor at football game in Mumbai today #instadaily #ManavManglani

A post shared by Manav Manglani (@manav.manglani) on

ରଣବୀରଙ୍କ କିଛି ଭିଡିଓ ଇଣ୍ଟରନେଟରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ଜୋର ରୋରରେ ମ୍ୟାଚ ଚାଲୁଥିବା ବେଳେ ବିପକ୍ଷ ଦଳର ଜଣେ ସଦସ୍ୟଙ୍କ ହାତ ବାଜି ରଣବୀରଙ୍କ ଓଠ ଫାଟି ଯାଇଥିବା ଦେଖିବାକୁ ମିଳିଛି । ଏହା ପରେ ସେ ଗୋଟିଏ ସ୍ଥାନରେ ଅଟକି ଯାଆନ୍ତି ।

 

 

View this post on Instagram

 

#ranbirkapoor lips bruised but makes sures to give love to his fans waiting for him ❤👍

A post shared by Viral Bhayani (@viralbhayani) on

ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ରଣବୀରଙ୍କ ଓଠରୁ ରକ୍ତ ବହୁଛି ଏବଂ ସେ ନିଜ କାର ଆଡକୁ ଯାଉଛନ୍ତି । ତେବେ ଖେଳରେ ଆହତ ହେବା ତ ସାମାନ୍ୟ କଥା ଏବେ ରଣବୀରଙ୍କୁ ମଧ୍ୟ ଏହି ସାମାନ୍ୟ ଆହତକୁ ସାମ୍ନା କରିବାକୁ ପଡିବ ।

ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର ଖୁବ ଶୀଘ୍ର ଆଲିଆ ଭଟ୍ଟଙ୍କ ସହିତ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଏହା ବ୍ୟତିତ ସେ କରଣ ମଲହୋତ୍ରାଙ୍କ ଫିଲ୍ମ ‘ଶମଶେରା’ରେ ବି ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More