Only for Entertainment

କେବଳ ଅଭିନୟ ନୁହେଁ ବରଂ ଖେଳରେ ମଧ୍ୟ ତତ୍ପର ରଣଦୀପ ହୁଦା, ଆଘାତ ଲାଗିବା ପରେ ମଧ୍ୟ ଜିତିଲେ ରୌପ୍ୟ ପଦକ ।

amarujala
28

ଫିଲ୍ମରେ ସାମିଲ ଥିବା କଳକାରଙ୍କ ମଧ୍ୟରେ ରଣଦୀପ ହୁଦା ଜଣେ । ଯିଏ କେବଳ ଅଭିନୟରେ ନୁହେଁ ବରଂ ଖେଳରେ ମଧ୍ୟ ରାଜା । ଏହାକୁ ରଣଦୀପ ପୁଣିଥରେ ପ୍ରମାଣ କରି ଦେଇଛନ୍ତି । ଅଭିନେତା ନିକଟରେ ପାଦରେ ଆଘାତ ପାଇବା ପରେ ମଧ୍ୟ ରାଷ୍ଟ୍ରୀୟ ଘୋଡ଼ାଚାଳନା ଚାମ୍ପିଅନସିପରେ ଭାଗ ନେଇ ରୌପ୍ୟ ପଦକ ଜିତିଛନ୍ତି ।

କହିରଖୁଛୁଯେ ଅଭିନୟ ବ୍ୟତୀତ ଘୋଡ଼ା ଚାଳନା କରିବାକୁ ମଧ୍ୟ ଖୁବ ପସନ୍ଦ କରନ୍ତି ରଣଦୀପ ହୁଦା । ଏବେ ସେ ନେସନାଲ ଇକ୍ୱେଷ୍ଟ୍ରିୟନ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତି ସାରିଛନ୍ତି । ଏହା ମୁମ୍ବାଇରେ ଆୟୋଜିତ ହୋଇଥିଲା ।
ରଣଦୀପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାହାଣୀ ଶେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପାଦରେ ଆଘାତ ଲାଗିଥିବା କଥା ମଧ୍ୟ ସେ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More