Only for Entertainment

ବେଙ୍ଗଲୀ ଭାଷାରେ ଆସିଲା ଲୋକପ୍ରିୟ ‘ରଙ୍ଗବତୀ’ ଗୀତ , ପ୍ରସ୍ତୁତ କଲେ ଓଡିଆ ଫିଲ୍ମ ମେକର୍ ଅକ୍ଷୟ ପରିଜା !

221

ପୁଣିଥରେ ମନଜିଣିଲା ‘ରଙ୍ଗବତୀ’ ଗୀତ । ଏହି ଲୋକପ୍ରିୟ ସମ୍ବଲପୁରୀ ଲୋକଗୀତର ବେଙ୍ଗଲୀରେ ପୁନଃ ପ୍ରସ୍ତୁତ ହୋଇଛି । ଓରିଜିନାଲ୍ ରଙ୍ଗବତୀ ଗୀତର ମେକରଙ୍କୁ ସମ୍ମାନ ଜଣାଇ ବେଙ୍ଗଲୀ ଭାଷାରେ ଗୀତଟି ମେକିଂ କରିଛନ୍ତି ଓଡିଶାର ସୁନାମଧନ୍ୟ ପ୍ରଯୋଜକ ଅକ୍ଷୟ ପରିଜା ।

ବେଙ୍ଗଲୀ ଭାଷାରେ ଆସିଲା ଲୋକପ୍ରିୟ ସମ୍ବଲପୁରୀ ଲୋକଗୀତ ‘ରଙ୍ଗବତୀ’ । ଅକ୍ଷୟ ପରିଜା ବ୍ୟାନରରେ ପ୍ରସ୍ତୁତ ହେଉଥିବା ବେଙ୍ଗଲୀ ଫିଲ୍ମ ଗୋତ୍ରୋ ପାଇଁ ରଙ୍ଗବତୀକୁ ରିକ୍ରିଏଟ୍ କରିଛନ୍ତି ଫିଲ୍ମ ମେକର୍ ଅକ୍ଷୟ ପରିଜା । ଗୀତରେ ଦେଖିବାକୁ ମିଳିଛି ସମ୍ବଲପୁରୀ ଡ୍ୟାନ୍ସ ଆଉ ପୋଷାକ ।


ମୂଳ ଗୀତକୁ ପ୍ରଭୁଦତ ପ୍ରଧାନ କମ୍ପୋଜ୍ କରିଥିବାବେଳେ ଗୀତରେ ସ୍ଥାନ ପାଇଥିଲା ଜିତେନ୍ଦ୍ରିୟ ହରିପାଲ୍ ଓ କ୍ରିଷ୍ଣାଙ୍କ ଆକର୍ଷଣୀୟ ଗାୟିକୀ । ଆଉ ଏହାର ବେଙ୍ଗଲୀ ଭର୍ସନ୍ ଗୀତରେ ଶୁଣିବାକୁ ମିଳିଛି ସୁରୋଜିତ୍ ଚାଟାର୍ଜୀ ଏବଂ ଇମାନ୍ ଚକ୍ରୋବର୍ତି । ଆଉ ଏହି ବେଙ୍ଗଲୀ ଭର୍ସନ୍ ଗୀତରେ ଓରିଜିନାଲ୍ ସିଙ୍ଗରଙ୍କ ନାମକୁ ସ୍ଥାନ ଦେଇ ସେମାନଙ୍କୁ ସମ୍ମାନ ଜଣାଇଛନ୍ତି ମେକର୍ ।

ଲୋକପ୍ରିୟ ସମ୍ବଲପୁରୀ ଗୀତ ରାଜ୍ୟ ଓ ଦେଶ ସମେତ ପୁରା ବିଶ୍ୱରେ ବି ହୋଇଛି ପପୁଲାର୍ । ଆଉ ଏହାର ବେଙ୍ଗଲୀ ଭର୍ସନ୍ ଗୀତଟି ମଧ୍ୟ ସେହିପରି ଲୋକପ୍ରିୟତା ହାସଲ୍ କରିପାରିବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More