Only for Entertainment

ରିଲିଜ ହେଲା ୱେବ-ସିରିଜ୍ ‘ରଙ୍ଗବାଜ ଫିରସେ’ର ଟ୍ରେଲର, ଦେଖନ୍ତୁ

you tube
17

ଜି-ଫାଇବ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅପରାଧ କେନ୍ଦ୍ରୀତ ୱେବ-ସିରିଜ୍ ‘ରଙ୍ଗବାଜ’କୁ ଦର୍ଶକ କରିଥିଲେ ଭରପୁର ପସନ୍ଦ । ଯାହାକୁ ନଜରରେ ରଖି ପ୍ରଯୋଜନା ସଂସ୍ଥା ଭେଟିଦେବାକୁ ଯାଉଛନ୍ତି ଏହାର ଦ୍ୱୀତୟ ଭାଗ । ଯାହାର ଟାଇଟେଲ ରହିଛି ‘ରଙ୍ଗବାଜ ଫିରସେ’ । ଏହାର ଟ୍ରେଲର ରିଲିଜ ହୋଇଛି ।

ପ୍ରଥମ ସିଜିନରେ ଅଭିନେତା ସାକେବ ସଲିମ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଏହାର ଦ୍ୱିତୀୟ ଭାଗରେ ଜିମ୍ମି ସରଗଲିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ବ୍ୟତୀତ ବଲିଉଡର ଅନେକ ଦିଗଜ କଳାକାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ ଏଥିରେ । ଗୁଲ ପନାଗ, ଶରଦ କେଲକର, ସ୍ପୃହା ଯୋଶୀ, ହର୍ଷ ଛାୟା ଏବଂ ସୁଶାନ୍ତ ସିଂଙ୍କ ଜବରଦସ୍ତ ଅଭିନୟ ଏହି ୱେବ ସିରିଜରେ ସ୍ଥାନ ପାଇଛି । ରାଜନୀତି କିଭଳ ଜଣେ ବ୍ୟକ୍ତିର ଯୁବାବସ୍ଥା ନଷ୍ଟ କରିଦିଏ ତାହା ଦେଖିବାକୁ ମିଳିବ ଏହି ସିରିଜରେ । ଏହି ସିରିଜ ଜରିଆରେ ଅଭିନେତା ସୁଶାନ୍ତ ସିଂ ଡିଜିଟାଲ ମଇଦାନରେ ପ୍ରବେଶ କରୁଛନ୍ତି । ଆସନ୍ତା ଡିସେମ୍ବର ୨୦ ତାରିଖରୁ ଏହାର ପ୍ରସାରଣ ଆରମ୍ଭ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More