Only for Entertainment

ରିଲିଜ ହେଲା ରଙ୍ଗିଲା ରାଜାର ଟ୍ରେଲର, ୨୫ ବର୍ଷ ପରେ ଫେରିବ ପହଲାଜ ଗୋବିନ୍ଦାଙ୍କ ଯୋଡ଼ି ।

aajtak
41

୯୦ ଦଶକର ହିଟ ଯୋଡ଼ି ପୁଣିଥରେ ପରଦାକୁ ଫେରୁଛନ୍ତି । ଗୋବିନ୍ଦା ଏବଂ ପହଲାଜ ନିହଲାନି ଏକା ସାଙ୍ଗରେ ଇଲଜାମ,ଆାଁଖେ,ଶୋଲା ଔର ସବନମ ଭଳି ହିଟ ଫିଲ୍ମରେ ନଜର ଆସିଛନ୍ତି । ଏବେ ଏହି ଲୋକପ୍ରିୟ ଯୋଡ଼ି ପୁଣିଥରେ ରଙ୍ଗିଲା ରାଜା ମାଧ୍ୟମରେ ଦର୍ଶକଙ୍କ ମନୋରଂଜନ ପାଇଁ ପରଦାକୁ ଫେରୁଛନ୍ତି । ଏହି ଫିଲ୍ମରେ ଗୋବିନ୍ଦା ଡବଲ ରୋଲ କରୁଥିବାର ନଜର ଆସିବେ । ଫିଲ୍ମରେ କମେଡ଼ିର ଜବରଦସ୍ତ ତଡ଼କା ଦେଖିବାକୁ ମିଳିବ ।

ଫିଲ୍ମର କାହାଣୀରେ ଦେଖିବାକୁ ମିଳିବଯେ ଜଣେ ବ୍ୟକ୍ତି ବିବାହ ପରେ ମଧ୍ୟ ଅଧିକ ଅଫେୟର ସହିତ ଜଡ଼ିତ ଥିବ ବା ଖୁବ ରଙ୍ଗିଲା ଥିବ । ତାକୁ ଝିଅ ମାନଙ୍କ ସହିତ ବୁଲିବାକୁ ଖୁବ ପସନ୍ଦ । ଫିଲ୍ମର ସିନେମାଟୋଗ୍ରାଫି ନେଇଯିବ ପୁଣିଥରେ ପୁରୁଣା ଦିନକୁ । ଏହା ଖୁବ ରୋମଂଚକର ହୋଇଛି ଏବଂ ଗୋଟିଏ ଦିନରେ ୬ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି । ୧୧ ହଜାରରୁ ଅଧିକ ଲାଇକ୍ସ ମିଳିଛି ।ଫିଲ୍ମ ୧୬ ନଭେମ୍ବରକୁ ରିଲିଜ ହେବ । ଫିଲ୍ମର ରେସପନ୍ସ ଦେଖି ଜଣାପଡ଼ୁଛି ଯେପରି ଏହା ଖୁବ କମାଲ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More