Only for Entertainment

ଫିଲ୍ମ କବୀର ସିଂକୁ ନେଇ ଭାଇରାଲ ହେଉଛି ରାଜକପୂର ଏବଂ ନରଗିସଙ୍କ ଏହି ଭିଡିଓ, ରଙ୍ଗୋଲୀ କହିଲେ ଏହା ବଲିଉଡର ଅସଲି ଚେହେରା !

52

କିଛି ଦିନ ହେବ କବୀର ସିଂ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଖୁବ ବିବାଦ ଦେଖିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ବାଙ୍ଗା ଏକ ସାକ୍ଷାତକାରରେ କହିଥିଲେ ଯେ ଯେତେବେଳେ କୌଣସି ପୁରୁଷ କୌଣସି ନାରୀ ସହ ଗଭୀର ପ୍ରେମ କରେ ସେ ଖୁବ ସଚ୍ଚୋଟ ଥାଏ । ଯଦି ଦୁହେଁ ଦୁହିଁଙ୍କୁ ଚାପୁଡା ମାରିବାକୁ ସାହାସ ରଖୁନାହାନ୍ତି , ତେବେ ମୋତେ ଲାଗୁନାହିଁ ତାଙ୍କ ଭିତରେ କିଛି ସମ୍ପର୍କ ଅଛି । ଏହାପରେ ସନ୍ଦୀପଙ୍କୁ ଲୋକମାନେ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।

ଅଭିନେତ୍ରୀ କୁବେତ ସେତ ମଧ୍ୟ ସନ୍ଦୀପଙ୍କ ଏହି ବୟାନକୁ ଓଲଟା ନେଇଛନ୍ତି । କିନ୍ତୁ ଏହାପରେ ସନ୍ଦୀପ ନିଜକୁ ବଂଚାଇ କହିଛନ୍ତି ଯେ ତାଙ୍କ ବୟାନକୁ ଓଲଟା ଦର୍ଶାଯାଉଛି ।

ଏହାପରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ହିରୋ ହିରୋଇନକୁ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାଜକପୂର ଏବଂ ନରଗିସଙ୍କର ଫିଲ୍ମ ‘ଆୱାରା’ରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାଜକପୂର ନରଗିସଙ୍କ ଉପରେ ହାତ ଉଠାଉଥିବା ନଜର ଆସିଛନ୍ତି । ଏହାକୁ ଦେଖି କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ମଧ୍ୟ ନିଜ ରାଗ ବାହାର କରିଛନ୍ତି ।

ରଙ୍ଗୋଲୀ ଟ୍ୱିଟ କରିଛନ୍ତି ଯେ ଏହା ହେଉଛି ରାଜକପୂରଙ୍କର ସବୁଠାରୁ ସେକ୍ସିଏସ୍ଟ ସିନ, ଯାହା ବଲିଉଡର ଅସଲି ଚେହେରା । ତେବେ ରାଜକପୂରଙ୍କୁ ମହାନ କହି କହିଛନ୍ତି ସାଉଥର ନିର୍ମାତା ଅଧିକ ଭଲ ଦେଖାଇ ହେବା ଦରକାର ନାହିଁ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ କବୀର ସିଂକୁ ନେଇ ଯେବେ ଠାରୁ ବିବାଦ ଆରମ୍ଭ ହୋଇଛି, ରଙ୍ଗୋଲୀ ସେବେଠାରୁ ହିଁ ଫିଲ୍ମ ନିର୍ଦ୍ଦେଶକ ସନ୍ଦୀପ ବାଙ୍ଗାଙ୍କ ସପୋର୍ଟ ନେବା ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More