Only for Entertainment

ଜାରି ହେଲା ମର୍ଦାନୀ ୨ର ଫାର୍ଷ୍ଟ ଲୁକ, ଦବଙ୍ଗ ଷ୍ଟାଇଲେ ନଜର ଆସିଲେ ରାଣୀ ମୁଖାର୍ଜୀ !

Prabhasakshi
29

ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ କିଛି ଦିନ ହେବ ନିଜ ଅପକମିଂ ଫିଲ୍ମ ମର୍ଦାନୀ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ରାନୀଙ୍କର ଏହି ଫିଲ୍ମରେ ଫାଷ୍ଟ ଲୁକ ଜାରି କରାଯାଇଛି । ସାମ୍ନାକୁ ଆସିଥିବା ଫଟୋରେ ରାନୀ ପୁଲିସ ପୋଷାକରେ ନଜର ଆସିଛନ୍ତି । ତାଙ୍କର ଏହି ଲୁକ ଖୁବ ଇମ୍ପ୍ରେସିଭ ହୋଇଛି । ଏହି ଫିଲ୍ମ ୨୦୧୪ରେ ରିଲିଜ ହୋଇଥିବା ରାନୀଙ୍କ ଫିଲ୍ମର ସିକ୍ୱେଲ ଅଟେ । ଏଠାରେ ଆମେ କହି ରଖୁଛୁ ଯେ ପୂର୍ବ ଫିଲ୍ମରେ ମଧ୍ୟ ସେ ପୁଲିସ ଭୂମିକା ତୁଲାଇଥିଲେ ଏବଂ ଦବଙ୍ଗ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ରାନୀଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଫିଲ୍ମ ମର୍ଦାନୀ୨ରେ ଆଦିତ୍ୟ ଚୋପ୍ରା ପ୍ରଯୋଜନା ଭାର ତୁଲାଇଛନ୍ତି । ସେହି ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଗୋପି ପୁଥରନ ।

ଫିଲ୍ମ ବିଷୟରେ କହିବାକୁ ଗଲେ ମର୍ଦାନୀ୨ରେ ରାନୀଙ୍କ ଭୂମିକାର ମୁକାବିଲା ୨୧ବର୍ଷର ଜଣେ ଭୟାନକ ଖଳନାୟକ ସହ ହୋଇଥିଲା । ସୂତ୍ର ମୁତାବକ ଫିଲ୍ମର କାହାଣୀ ମୁମ୍ବାଇରୁ ଆରମ୍ଭ କରି ରାଜସ୍ତାନ ପର୍ଯ୍ୟନ୍ତ ବ୍ୟାପିଛି । ଯେଉଁକାରଣରୁ ଶିବାନୀ ଅର୍ଥାତ ରାନୀଙ୍କୁ ରାଜସ୍ତାନ ଯିବାକୁ ପଡିଛି । ଫିଲ୍ମ ରାଜସ୍ତାନରେ ସୁଟିଂ ହେବାକୁ ଯାଉଛି । ୪୦ଡିଗ୍ରୀରୁ ବି ଅଧିକ ଗରମରେ ଫିଲ୍ମ ସୁଟିଂ ପାଇଁ ରାନୀ ନିଜକୁ ମଧ୍ୟ ପ୍ରସ୍ତୁତ କରିସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More