Only for Entertainment

ନବରାତ୍ରୀରେ ରିଲିଜ ହେଲା ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦ୍ଦାନୀ-୨’ର ଟିଜର, ଦୁର୍ଗାଙ୍କ ରୂପରେ ନଜର ଆସିଲେ ଅଭିନେତ୍ରୀ

latestly
39

ରାନୀ ମୁଖାର୍ଜୀଙ୍କ ଆକ୍ସନ୍ – ଥ୍ରୀଲର୍ ଫିଲ୍ମ ‘ମର୍ଦ୍ଦାନୀ -୨’ର ପ୍ରଥମ ଟିଜରକୁ ମେକର୍ସ ନବରାତ୍ରୀର ଶୁଭ ଅବସରରେ ରିଲିଜ କରିଛନ୍ତି । ମା’ ଦୁର୍ଗଙ୍କ ପରି ଏହି ଟିଜରରେ ମଧ୍ୟ ପୋଲିସ୍ ପୋଷାକରେ ରାନୀଙ୍କ ଆଗ୍ରେସିଭ୍ ଲୁକ୍ ଦେଖିବାକୁ ମିଳିଛି । ଫିଲ୍ମରେ ରାଣୀ ପୁଣିଥରେ କ୍ରିମିନାଲ ମାନଙ୍କୁ ସାବାଡ କରୁଥିବାର ନଜର ଆସିବେ ।

ଏହି ସିନେମାରେ ଶିବାନୀ ଶିବାଜୀ ରୟ ଚରିତ୍ରରେ ପୁଣିଥରେ ନିଜ କମାଲ୍ ଅଭିନୟ ପରସିବେ ରାନୀ । ସିନେମାର ପ୍ରଥମ ଭାଗରେ ବି ଏହି ଚରିତ୍ର ତୁଲାଇଥିଲେ ରାନୀ ମୁଖାର୍ଜୀ । ଏହି ଫିଲ୍ମ ୨୦୧୪ରେ ପରଦାକୁ ଆସିଥିଲା । ଫିଲ୍ମରେ ଗର୍ଲ ଚାଇଲ୍ଡ ଟ୍ରାଫିକିଂ ଭଳି ଏକ ବଡ କେସକୁ ସମାଧାନ କରିବାରେ ନଜର ଆସିଥିଲେ ରାଣୀ । ଦମଦାର୍ ଅଭିନୟ, ଜବରଦସ୍ତ ଆକ୍ସନ ଓ ପ୍ରଭାବଶାଳୀ ଡାଇଲଗ୍ ପାଇଁ ଚଳଚ୍ଚିତ୍ର ମର୍ଦ୍ଦାନୀ ଦର୍ଶକଙ୍କୁ ଆସିଥିଲା ଢେର୍ ପସନ୍ଦ । ଯାହା ପାଇଁ ମେକର୍ ଏହି ସିନେମାର ସିକ୍ୱେଲ୍ ବନାଇବା ପାଇଁ ସ୍ଥିର କରିଥିଲେ । ଆଉ ଏହି ସିକ୍ୱେଲ୍ ଫିଲ୍ମରେ ବି ରାନୀ ମୁଖାର୍ଜୀଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ ।

ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଥିବା ଏହି ସିକ୍ୱେଲ୍ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଗୋପି ପୁଥରାନ୍ । ଖୁବଶୀଘ୍ର ଫିଲ୍ମର ଟ୍ରେଲର୍ ରିଲିଜ୍ ହେବାକୁ ଥିବାବେଳେ ଡିସେମ୍ବର ୧୩ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ମର୍ଦ୍ଦାନୀ – ଟୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More