Only for Entertainment

ଟିଚର୍ସ ଡେ’ରେ ରୁଷରେ ରିଲିଜ ହେବ ରାଣୀ ମୁଖର୍ଜୀଙ୍କ ଫିଲ୍ମ ‘ହିଚକୀ’ ।

DNA India
0 50

ଅଭିନେତ୍ରୀ ରାଣୀ ମୁଖର୍ଜୀଙ୍କ ଫିଲ୍ମ ‘ହିଚକୀ’କୁ ଭାରତୀୟ ଦର୍ଶକ ଖୁବ ପସନ୍ଦ କରିଥିଲେ । ବର୍ତ୍ତମାନ ରାଣୀଙ୍କ ଏହି ଫିଲ୍ମକୁ ରୁଷରେ ରିଲିଜ କରାଯିବ । ସିଦ୍ଧାର୍ଥ ମଲହୋତ୍ରାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ରୁଷ ଭାଷାରେ ଡବ କରାଯାଇ ଟିଚର୍ସ ଡେ’ ଅବସରରେ ରିଲିଜ କରାଯିବ ।

ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ମଲହୋତ୍ରା କହିଛନ୍ତି ଯେ ଫିଲ୍ମ ‘ହିଚକୀ’ ଏକ ବିଶ୍ୱସ୍ତରୀୟ ଫିଲ୍ମ । ବିଦେଶରେ ଫିଲ୍ମକୁ ଯେଉଁଭଳି ପ୍ରତିକ୍ରିୟା ମିଳୁଛି ସେଥିରୁ ପ୍ରଣାଣିତ ହେଉଛି ଯେ ଫିଲ୍ମର ବଷୟର ଖୁବ ପ୍ରାସଙ୍ଗିକତା ରହିଛି । ଏହା ଖୁବ ଖୁସିର ବିଷୟ ଏହି ଫିଲ୍ମ ଏବେ ରୁଷରେ ରିଲିଜ ହେବ ।

ଏହି ଫିଲ୍ମ କିପରି ନିଜ ଦୁର୍ବଳତାକୁ ପରିଶ୍ରମ ବଳରେ ସଫଳତାରେ ପରିଣତ କରିହେବ ତାହା ସମସ୍ତଙ୍କୁ ସନ୍ଦେଶ ଦେଇଛି । ଫିଲ୍ମ ଏକ ଶିକ୍ଷକର ଜୀବନ ଉପରେ ଆଧାରିତ ଯେ ଟାରେଟ ସିଣ୍ଡ୍ରୋମରେ ପିଡିତ । ଶିକ୍ଷକ ଭୂମିକାରେ ରାଣୀ ମୁଖର୍ଜୀ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More