Only for Entertainment

ଇଟାଲୀର ଚିଲଡ୍ରେନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନୀତ ହେଲା ରାଣୀ ମୁଖର୍ଜୀଙ୍କ ଫିଲ୍ମ ‘ହିଚକି’

google
51

ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ ଫିଲ୍ମ ‘ହିଚକି’ ୨୦୧୮ ଆରମ୍ଭରେ ରିଲିଜ୍‍ ହୋଇଥିଲା ଓ ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ରାନୀଙ୍କ ଅଭିନୟ ଓ ସିନେମାର କାହାଣୀ ବକ୍ସ ଅଫିସରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲା । ଖାଲି ଏତିିକି ନୁହେଁ ‘ହିିଚ୍କି’ ସିନେମା ଚୀନ ବକ୍ସ  ଅଫିସରେ ମଧ୍ୟ ସବୁ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଥିଲା । ଏବେ ଏହି ଫିଲ୍ମ ଆଉ ଏକ ସଫଳତା ନିଜ ନାଁରେ କରିଛି । ଜିଫୋନୀ ଫିଲ୍ମ ଫେଷ୍ଟିଭାଲ ଇଟାଲୀର ୪୯ତମ ସଂସ୍କରଣରେ ‘ହିଚକି’କୁ ସର୍ବଶ୍ରେଷ୍ଠ ଫିଲ୍ମ ପାଇଁ ଗ୍ରେଫୋନ ଆୱାର୍ଡରେ ସମ୍ମାନୀତ କରାଯାଇଛି ।

ଫିଲ୍ମର ନିର୍ମାତା ମନିଷ ଶର୍ମା କହିଛନ୍ତି, ‘ହିଚକି’ ବାସ୍ତବରେ ଏକ ୟୁନିଭର୍ସାଲ ଫିଲ୍ମ ଅଟେ । ଯାହାକୁ ସାରା ଦୁନିଆର ଲୋକେ ବୁଝିଛନ୍ତି ଓ ପସନ୍ଦ ମଧ୍ୟ କରୁଛନ୍ତି । ‘ହିଚକି’କୁ ଫିଲ୍ମ ଫେଷ୍ଟିଭାଲରେ ପିଲାମାନେ ସର୍ବଶ୍ରେଷ୍ଠ ଫିଲ୍ମଭାବେ ଭୋଟ ଦେଇଛନ୍ତି ।

hichki-poster-rani

ଏହି ଫିଲ୍ମ ଫେଷ୍ଟିଭାଲରେ ଏଲିମେଣ୍ଟସ ପ୍ଲସ ୧୦ ନାମେରେ ଏକ ସ୍ୱତନ୍ତ୍ର ସେଗମେଣ୍ଟ ରହିଛି, ଯେଉଁଥିରେ ୧୦ରୁ୧୨ ବର୍ଷର ପିଲାମାନେ ଜୁରୀ ସଦସ୍ୟ ଭାବେ ଅଛନ୍ତି । ଏଲିମେଣ୍ଟ ପ୍ଲସ ୧୦ର ଶ୍ରେଣୀରେ ୧.୫୦୦ରୁ ଅଧିକ ପିଲା ଚୀନ, ଜର୍ମାନ, ସ୍ୱୀଡିନ, ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡର ୭ଟି ଫିଚର ଫିଲ୍ମ ପାଇଁ ଭୋଟ ଦେଇଥିଲେ । ଏମାନଙ୍କ ଭିତରୁ ‘ହିଚକି’ ହିଁ ବିଜୟ ହାସଲ କରିଛି ।

ୟଶରାଜ ମୁଭିଜ୍‍ର ଏହି ସିନେମାଟି ୨୫୦କୋଟି ଟଙ୍କାର ବ୍ୟବସାୟ କରିଛି । ରାନୀ ମୁଖାର୍ଜୀଙ୍କୁ ଏହି ଫିଲ୍ମରେ ତାଙ୍କ ଭୂମିକା ପାଇଁ ‘ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣ’(ଆଇଏଫଏଫଏମ)ରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ମିଳି ସାରିଛି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More