Only for Entertainment

ରାଣୀ ମୁଖାର୍ଜୀ-ବିଦ୍ୟା ବାଲନ କରିବେ ଏହି ବାୟୋପିକ ଫିଲ୍ମରେ କାମ !

32

ସାରା ଦୁନିଆକୁ ନିଜ ସ୍ୱରରେ ଦିୱାନା କରିଥିବା ତିଜନ ବାଇଙ୍କ ଉପରେ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି । ପଦ୍ମଶ୍ରୀ, ସଙ୍ଗୀତ କଳା ଏକାଡେମୀ ପୁରସ୍କାର, ପଦ୍ମଭୂଷଣ ସମେତ ଅନେକ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିବା ତିଜନ ବାଇଙ୍କ ଜୀବନ ଉପରେ ବାୟୋପିକ ହେବ । ବଲିଉଡ ଅଭିନେତା ନବାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିୟା ସିଦ୍ଦିକି ତିଜନ ବାଇଙ୍କ ଉପରେ ଫିଲ୍ମ ବନାଇବାକୁ ଯାଉଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ନବାଜ ନିଜେ ତିଜନ ବାଇଙ୍କ ଗାୟିକିରେ ଫିଦା ଥିଲେ । ଆଜି ନବାଜ ଏହାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ତାଙ୍କ ପତ୍ନୀ ଆଲିୟା ସିଦ୍ଦିକି ଏବଂ ମକ୍ଟକ୍ସର ଗଢବାଲ ବାୟଏସ ଏଂଟରଟେନମେଂଟ ବ୍ୟାନର ତଳେ ଏହି ପ୍ରସିଦ୍ଧ ଲୋକଗାୟିକାଙ୍କ ବାୟୋପିକ ପ୍ରସ୍ତୁତ ହେବ । ଆଲିୟା ସିଦ୍ଦିକିଙ୍କୁ ଯେତେବେଳେ ଏହି ଫିଲ୍ମ ପାଇଁ କେଉଁ କଳାକାରକୁ ନେବା ପାଇଁ ଚାହାନ୍ତି ପଚରାଯାଇଥିଲା ସେ ଉତ୍ତରରେ କହିଥିଲେ ରାଣୀ ମୁଖାର୍ଜୀ କିମ୍ବା ବିଦ୍ୟା ବାଲନଙ୍କୁ ସେ ଏହି ଫିଲ୍ମ ପାଇଁ ଚୟନ କରିପାରନ୍ତି ।

ତିଜନ ବାଇ ନିଜ ମଧ୍ୟରେ ଜଣେ କିମ୍ବଦନ୍ତୀ ଅଟନ୍ତି , ଏବଂ ନବାଜଙ୍କର ତାଙ୍କ ପତ୍ନୀ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଫିଲ୍ମଟି ଲୋକମାନଙ୍କୁ ଖୁବ ଭଲ ଲାଗିପାରେ ବୋଲି ନବାଜ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More