Only for Entertainment

ଉଦିତ ନାରାୟଣଙ୍କ ସହିତ ଗୀତ ରେକର୍ଡ଼ି କରି ପୁଣିଥରେ ଚର୍ଚ୍ଚାରେ ରାନୁ ମଣ୍ଡଲ

57

ଇଂଟରନେଟ ସେନସେସନ ରାନୁ ମଣ୍ଡଲ ବାରମ୍ବାର ଚର୍ଚ୍ଚାକୁ ଆସି ଯାଉଛନ୍ତି । ଏହାର କାରଣ ହେଉଛି ତାଙ୍କ ମଧୁର ସ୍ୱର ।ପୁଣିଥରେ ଆଉ ଏକ ଗୀତ ମାଧ୍ୟମରେ ରାନୁଙ୍କ ଜବରଦସ୍ତ ଗାୟିକି ଶୁଣିବାକୁ ମିଳିବ ।ଏହି ଗୀତ ହେଉଛି ‘କେହ ରହି ହୈ ନଜଦିକିଆଁ’। ଏହି ଗୀତରେ ବଲିଉଡର ଲୋକପ୍ରିୟ ସିଙ୍ଗର୍‌ ଉଦିତ ନାରାୟଣ, ହିମେଶ ରେଶମିଆଁ କଣ୍ଠଦାନ କରିଛନ୍ତି। ଗୀତ ରେକର୍ଡିଂ ସମୟର ଏକ ଭିଡିଓ ହିମେଶ ତାଙ୍କ ଇନଷ୍ଟାଗ୍ରମରେ ପୋଷ୍ଟ କରିଛନ୍ତି। ଗୀତଟି ହିମେଶଙ୍କ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହୀର’ର ଏକ ରୋମାଣ୍ଟିକ ଗୀତ।

 

ଭିଡିଓକୁ ଦେଖି ଫ୍ୟାନ୍ସମାନେ ପୂରା ଗୀତ ଶୁଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହା ପୂର୍ବରୁ ରାନୁଙ୍କ ‘ତେରୀ ମେରୀ’ ଗୀତକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ଏବଂ ଏହି ଗୀତ ଅଫିସ, ବଜାର ଓ ରାସ୍ତାଘାଟ ଚାରିଆଡ଼େ ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More