Only for Entertainment

ହିମେଶ ରେଶମିଆଙ୍କ ଏହି ୧୨ ବର୍ଷ ପୁରୁଣା ସୁପରହିଟ ଗୀତରେ ଚହଳ ସୃଷ୍ଟି କରିବେ ରାନୁ ମଣ୍ଡଳ, ସାମ୍ନାକୁ ଆସିଲା ଭିଡିଓ

latestly
109

ପଶ୍ଚିମ ବଙ୍ଗଳାର ଏକ ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ ନିଜର ଆକର୍ଷଣୀୟ ଭଏସ ପାଇଁ ରାତା ରାତି ଇଣ୍ଟରନେଟ ସେନସେସନ ପାଲଟିଛନ୍ତି । ଏହା ପରେ ମ୍ୟୁଜିକ କମ୍ପୋଜର ହିମେଶ ରେଶମିଆ ରାନୁଙ୍କୁ ବ୍ରେକ ଦେଇ ତାଙ୍କ ଜୀବନ ପରିବର୍ତ୍ତନ କରିଦେଇଛନ୍ତି ।

ନିକଟରେ ଦେଖିବାକୁ ମିଳିଥିଲା ହିମେଶ ହାପି ହାର୍ଡି ଆଣ୍ଡ ହିର ଫିଲ୍ମର ଦୁଇଟି ଗୀତ ରାନୁଙ୍କ ଭଏସରେ ରେକର୍ଡ କରିଛନ୍ତି । ଏବେ ଏହି ଦୁଇଟି ଗୀତ ପରେ ହିମେଶ ନିଜର ୧୨ ବର୍ଷ ପୁରୁଣା ଏକ ସୁପରହିଟ ଗୀତ ମଧ୍ୟ ରାନୁଙ୍କ ଭଏସରେ ରେକର୍ଡ କରିଛନ୍ତି ।

ହିମେଶ ନିଜ ଇଂଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ରାନୁ ମଣ୍ଡଳ ହିମେଶଙ୍କ ସହିତ ମିଶି ତୃତୀୟ ସଙ୍ଗ ରେକର୍ଡ କରୁଥିବାର ନଜର ଆସିଛନ୍ତି । ରାନୁ ହିମେଶଙ୍କ ୧୨ ବର୍ଷ ପୁରୁଣା ସୁପରହିଟ ଗୀତ ‘ଆଶିକି ମେ ତେରୀ’କୁ ଖୁବ ଭିନ୍ନ ଅନ୍ଦାଜରେ ଗାଉଥିବାର ଦେଖିବାକୁ ମିଳିଛି । ପୂର୍ବ ଦୁଇଟି ଗୀତ ପରି ଏହି ଗୀତରେ ମଧ୍ୟ ହିମେଶ ରାନୁଙ୍କ ସହିତ ଷ୍ଟୁଡିଓରେ ନଜର ଆସିଛନ୍ତି ।

ଦେଖନ୍ତୁ ଏହି ଖାସ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More